ଦାରିଙ୍ଗବାଡ଼ି,୭/୫: ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଗ୍ରୀନବାଡ଼ି ପଞ୍ଚାୟତ ତାଗାପାଙ୍ଗା ଗ୍ରାମର ଜନୈକ ବ୍ୟକ୍ତି କିଛିଦିନ ହେଲା ଥଣ୍ଡା, କାଶ ଜ୍ୱରରେ ପୀଡ଼ିତ ଗୁରୁତର ହୋଇ ଗତକାଲି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ସେହି ବ୍ୟକ୍ତିଙ୍କର ମୃତ୍ୟ ଘଟିଥିଲା । ଡାକ୍ତର ଚିକିତ୍ସା କରିବା ପୂର୍ବରୁ କୋଭିଡ୍ ଲକ୍ଷଣ ଜ୍ୱର ହେଉଥିବାରୁ କୋଭିଡ୍ ପରୀକ୍ଷା କରିବା ପାଇଁ ପରାମର୍ଶ ଦେଇଥିଲେ । କିନ୍ତୁ କୋଭିଡ୍ ପରୀକ୍ଷା କରିବା ପୂର୍ବରୁ ସେହି ବ୍ୟକ୍ତିଙ୍କର ପ୍ରାଣବାୟୁ ଚାଲିଯାଇଥିଲା । ପ୍ରଶାସନ ଏହି ଖବର ଜାଣିବା ପରେ ସମ୍ପୃକ୍ତ ବ୍ୟକ୍ତିଙ୍କର କରୋନା ସଂକ୍ରମଣ ଯୋଗୁଁ ମୃତ୍ୟୁ ହୋଇଥିବା ଆଶଙ୍କା କରି ମୃତକଙ୍କ ପରିବାରକୁ ବୁଝାଶୁଝା କରି ମୃତକକୁ କୋଭିଡ୍ ଶ୍ମଶାନରେ କବର ଦିଆଯିବ ବୋଲି କହି କୋଭିଡ୍ ଶ୍ମଶାନରେ କବର ଦେଇଥିଲେ ।