ଗଛରୁ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0 347

ଦାରିଙ୍ଗିବାଡ଼ି,୧୯/୩: ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବାଲିଗୁଡା ଥାନା ଅଧିନ ବୁଡାଗୁଡ଼ା ହାଇସ୍କୁଲ ନିକଟ ଜଙ୍ଗଲରେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଠାବ କରାଯାଇଥିବା ଦେଖିବାକୁ ମିଳିଛି । ମହିଳା ଜଣକ ହେଲେ ଗୁମିକିଆ ପଞ୍ଚାୟତ ଅଲିମା ଗ୍ରାମର ପିଙ୍କି ପ୍ରଧାନ(୨୫) । ମିଳିଥିବା ସୂଚନା ଅନୁଯାୟୀ, ବାଲିଗୁଡା ଥାନା ଅନ୍ତର୍ଗତ ବୁଡାଗୁଡ଼ା ଗ୍ରାମ ସରକାରୀ ଉଚ୍ଚ଼ ବିଦ୍ୟାଳୟ ନିକଟ ଜଙ୍ଗଲ ଗଛରେ ବେକରେ ଓଢଣୀ ଗୁଡାଇ ହୋଇଥିବା ଜଣେ ମହିଳାଙ୍କ ମୃତ ଶରୀର ଝୁଲିଥିବା ଶୁକ୍ରବାର ଦିନ ସକାଳେ ବୁଡ଼ାଗୁଡାର କିଛି ଲୋକମାନେ ଦେଖିବାକୁ ପାଇଥିଲେ । ଏହାପରେ ଲୋକେ ବାଲିଗୁଡା ଥାନାକୁ ସୂଚନା ପ୍ରଦାନ କରିଥିଲେ । ବାଲିଗୁଡା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମହିଳାଙ୍କ ମୃତଦେହକୁ ଜବତକରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛନ୍ତି । ଏନେଇ ପୋଲିସ ଏକ ଅପମୃତ୍ୟୁ ମାମଲା ୩/୨୧ ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ପ୍ରଶାନ୍ତ ବେହେରା ସୂଚନା ପ୍ରଦାନ କରିଛନ୍ତି । ଏହି ମାମଲାର ତଦନ୍ତ ଏସଆଇ ରଚିତା ମାଡ଼କାମୀ କରୁଥିବାବେଳେ ଶବ ବ୍ୟବଚ୍ଛେଦ ପରେ ଘଟଣାର ଘଟଣାର ପ୍ରକୃତ ତଥ୍ୟ ମିଳିବ ବୋଲି କହିଥିଲେ । ମହିଳାଙ୍କ ବାପା ସାମସନ ପ୍ରଧାନ ଝିଅଙ୍କୁ ଶଶୁର ଓ ଜ୍ୱାଇଁ ହତ୍ୟା କରି ଗଛରେ ବାନ୍ଧିଦେଇ ଝୁଲେଇ ଦେଇଥିବା ଅଭିଯୋଗ କରିଛନ୍ତି । ମହିଳା ଜଣକ ତିନିବର୍ଷ ତଳେ ଅଲିମାହା ଗ୍ରାମର ସିଦ୍ଧାନ୍ତ ପ୍ରଧାନଙ୍କୁ ପ୍ରେମ ବିବାହ କରିଥିଲେ ।

hiranchal ad1
Leave A Reply

Your email address will not be published.

seven − three =