ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଲୁଟ୍‌ ଉଦ୍ୟମ ଘଟଣା ତଦନ୍ତ ଆରମ୍ଭକଲା ପୁଲିସ

0 115

ଦାରିଙ୍ଗବାଡି,୧/୯: ଦାରିଙ୍ଗିବାଡ଼ି ବ୍ଲକ ବୁଡ଼ାଗୁଡା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଲୁଟ ଉଦ୍ୟମ ଏବଂ ସିସିଟିଭି କ୍ୟାମେରା ଭାଙ୍ଗିବା ଘଟଣାର ତଦନ୍ତ ଆରମ୍ଭ କରିଛି ବାଲିଗୁଡା ପୋଲିସ । ବାଲିଗୁଡା ଥାନା ଅଧିକାରୀ ବାବା ଶଙ୍କର ସରାଫଙ୍କ ନିର୍ଦ୍ଦେଶକ୍ରମେ ସନ୍ଧାନୀ କୁକୁର ,ଫରେନସିକ ଟିମ ଆସି ବୁଡାଗୁଡା ପଞ୍ଚାୟତ ପରିସରରେ ଥିବା ବ୍ୟାଙ୍କ ନିକଟରେ ଥିବା ପ୍ରାଥମିକ ସ୍ୱାସ୍ୟ୍ଥକେନ୍ଦ୍ରର ସିସିଟିଭି ଫୁଟେଜ ଆଧାରରେ ସନ୍ଧାନୀ କୁକୁର ସାହାଯ୍ୟରେ ଅଭିଯୁକ୍ତ ଧରିବା ପାଇଁ ଚେଷ୍ଟା କରୁଛି ପୋଲିସ । ଚୋରି ଉଦ୍ୟମ ଦ୍ୱାରା ବ୍ୟାଙ୍କର ପ୍ରାୟ ୫୦ ହଜାର ଟଙ୍କାରୁ ଉଦ୍ଧ୍ୱର୍ ବ୍ୟାଙ୍କ ସମ୍ପତି କ୍ଷୟକ୍ଷତି ହୋଇଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କର ଶାଖା ପରିଚାଳକ ଚିନ୍ମୟ ନାୟକ ସୂଚନା ଦେଇଥିବାବେଳେ ଦୁର୍ବୁତ୍ତମାନେ ସ୍ୟାଟେଲାଇଟ କେବୁଲ ଏବଂ ସିକୁରିଟ ଆଲାରାମ ସିଷ୍ଟମ ନଷ୍ଟ କରିଥିବାରୁ ବ୍ୟାଙ୍କ ସେବା ପ୍ରଭାବିତ ହୋଇଛି ଏବଂ ଆସନ୍ତାକାଲି ଠାରୁ ଗ୍ରାହକଙ୍କୁ ସ୍ୱାଭାବିକ ବ୍ୟାଙ୍କ ସେବା ପ୍ରଦାନ କରାଯିବ ଗ୍ରାହକମାନେ କୌଣସି ଅସୁବିଧାରେ ସମ୍ମୁଖିନ ହେବେ ନାହିଁ ବୋଲି ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

2 + 17 =