ଦାରିଙ୍ଗବାଡି ପୋଲିସ ପକ୍ଷରୁ ମାସ୍କ ଯାଞ୍ଚ, ୪୩୦୦ ଟଙ୍କା ଜୋରିମାନା ଆଦାୟ

0 123


ଦାରିଙ୍ଗବାଡି,୫/୪ : ଦାରିଙ୍ଗବାଡି ପୋଲିସ ପକ୍ଷରୁ ଦାରିଙ୍ଗବାଡିର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ମାସ୍କ ଯାଞ୍ଚ କରାଯାଇ ମାସ୍କ ପିନ୍ଧିନଥିବା ଲୋକଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିବା ଦେଖିବାକୁ ମିଳିଛି । ଦାରିଙ୍ଗବାଡି ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ୱ କ୍ରମେ ଏସଆଇ ସୌମ୍ୟରଞ୍ଜନ ଜେନା ଦାରିଙ୍ଗବାଡିରେ ରହିଥିବା ବିଭିନ୍ନ ଦୋକାନ, ମୁଖ୍ୟ ରାସ୍ତା, ବ୍ୟାଙ୍କ , ହୋଟେଲ ଭଳି ବିଭିନ୍ନ ସ୍ଥାନରେ ଚଢ଼ାଉକରି ୧୩ ଜଣଙ୍କ ଠାରୁ ମାସ୍କ ପିନ୍ଧିନଥିବା ବାବଦକୁ ୪ ହଜାର ୩୦୦ ଟଙ୍କା ଜରିମାନା ଆଦାୟ କରିଥିଲେ । ଏଭଳିକି ଦୋକାନ ଗୁଡିକରେ ସାମାଜିକ ଦୂରତା ରକ୍ଷା କରିବାସହ ଗହଳି ନକରିବାକୁ ଦୋକାନୀଙ୍କୁ କୁହାଯାଇଥିବାବେଳେ ସାଧାରଣ ଲୋକଙ୍କୁ ମଧ୍ୟ ସାମାଜିକ ଦୂରତା ନିୟମକୁ ପାଳନ କରିବା ପାଇଁ ସଚେତନ କରିଥିଲେ । ପୋଲିସର ଏଭଳି ଯାଞ୍ଚ ଦେଖି କିଛି ଲୋକ ନିଜ ପକେଟରୁ ମାସ୍କ ବାହାର କରି ବ୍ୟବହାର କରିଥିବାବେଳେ ଆଉ କିଛି ଲୋକ ଅନ୍ୟ ଗଳାବାଟ ଦେଇ ଚାଲିଯାଇଥିବା ଦେଖିବାକୁ ମିଳିଥିଲା ।

hiranchal ad1
Leave A Reply

Your email address will not be published.

1 × three =