ଦାରିଙ୍ଗବାଡି,୯/୫- କୋଭିଡ଼ ନିୟମ ଉଲ୍ଲଂଘନ କରି ସଟ୍ଡାଉନ ସମୟରେ ଦୋକାନ ଖୋଲିବା ପଡିଲା ମହଙ୍ଗା । ଦୋକାନକୁ ସିଲ୍ କଲା ଦାରିଙ୍ଗବାଡି ପ୍ରଶାସନ । ସରକାର କୋଭିଡ଼ ସଂକ୍ରମଣକୁ ରୋକିବା ନିମନ୍ତେ ଲକଡାଉନ ଓ ସଟଡାଉନ ଆରମ୍ଭ କରିଛନ୍ତି । ସପ୍ତାହର ଶନିବାର ଓ ରବିବାର ସଟ୍ଡାଉନ ଘୋଷଣା ହୋଇଥିବା ବେଳେ ଅନ୍ୟଦିନ ମାନଙ୍କରେ ଲକଡାଉନ ଜାରି ରହିଛି । ସଟଡାଉନରେ ଦୋକାନ ବଜାର ସମ୍ପୂର୍ଣ୍ଣ ବନ୍ଦ ରହିବାକୁ ନିୟମ ଥିବା ଦାରିଙ୍ଗବାଡି ପଶୁ ଡାକ୍ତର ଅଫିସ ନିକଟରେ ଏକ ଦୋକାନ ଖୋଲା ରହିଥିଲା । ଦୋକାନ ଖୋଲାହୋଇଥିବା ନେଇ ଦାରିଙ୍ଗବାଡି ତହସିଲଦାର କଳାକୃଷ୍ଣ ପ୍ରଧାନ ଓ ଥାନା ଅଧିକାରୀ କୌଶିକ ମାଝୀ ସୂଚନା ପାଇ ଦୋକାନରେ ପହଞ୍ଚି ଦୋକାନକୁ ସିଲ କରିଥିଲେ । ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ ଦୋକାନ ନଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ ।