ଚିକିତ୍ସାରେ ଅର୍ଥ ସାଜିଛି ବାଧକ

0 138

ଦାରିଙ୍ଗବାଡି,୨୮/୮: ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତ ୧୧ନମ୍ବର ୱାର୍ଡ ମଧୂପଲ୍ଲୀରେ ରୁହନ୍ତି ରାମଚନ୍ଦ୍ର ପାତ୍ର । ପରିବାର କହିଲେ ସ୍ତ୍ରୀ ସୁରେଖା ଓ ୨ ଯାଆଁଳା ଝିଅ ତାରା ଓ ଯମୁନା ଓ ୨ ପୁଅ ରାକେଶ ଓ କେଶବ । ଭଙ୍ଗା ଘରେ ରହୁଥିବା ରାମଚନ୍ଦ୍ରଙ୍କୁ ସରକାରୀ ସହାୟତା କହିଲେ ଚାଉଳ ୩୦କିଲୋ ଏହା ବ୍ୟତୀତ କୌଣସି ଯୋଜନାରେ କିଛି ମଧ୍ୟ ସହାୟତା ଦିଆଯାଇନାହିଁ । ସବୁକିଛି ଠିକ ଚାଲିଥିବାବେଳେ ବଡ ଝିଅ ତାରା ପାତ୍ର ଜେଜେବାପାଙ୍କ ଘରେ ଏକୁଟିଆ ରୋଷେଇ କରିବାବେଳେ ଦୁର୍ଭାଗ୍ୟବଶତଃ ତା ଦେହରେ ନିଆଲାଗିଯାଇଥିଲା ଯାହାଫଳରେ ସେ ଗୁରୁତର ଆହତହୋଇ ଦାରିଙ୍ଗବାଡି ଠାରୁ ଆରମ୍ଭ କରି ବ୍ରହ୍ମପୁର ଓ ସେଠାରୁ କଟକ ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତି ହୋଇଥିଲେ । ତେବେ କୁଲି ମଜୁରୀ କରି ଚଳୁଥିବା ରାମଚନ୍ଦ୍ର ନିଜର ଚାଷ ଜମି ଛେଳି ଇତ୍ୟାଦି ବନ୍ଧକ ଓ ବିକ୍ରି କରିବା ସହିତ ଧାର କରଜ କରି ୪୦ହଜାରରୁ ଅଧିକ ଟଙ୍କା ନେଇ ସେଥିରେ ଝିଅ ତାରାର ଚିକିତ୍ସା କରିଥିଲେ କିନ୍ତୁ କଟକ ବଡ଼ ମେଡିକାଲରେ ପ୍ରତିଦିନ ଝିଅର ଡ୍ରେସିଂ ପାଇଁ ଡ୍‌ରେସିଙ୍ଗ କରୁଥିବା କର୍ମଚାରୀମାନେ ଟଙ୍କା ନଦେଲେ ଡ୍ରେସିଙ୍ଗ କରୁନଥିବା ଅଭିଯୋଗ କରିବା ସହିତ ଚିକିତ୍ସାପାଇଁ ପାଖରେ ଥିବା ଟଙ୍କା ସରିଯିବାରୁ ଡ୍ରେସିଙ୍ଗ କରା ନଯିବାରୁ ପରିବାର ଲୋକେ ନିରୁପାୟ ହୋଇ ଝିଅକୁ ଘରକୁ ନେଇ ଆସି ଭାଗ୍ୟକୁ ଆଦରି ରହିଛନ୍ତି । ସରକାର ସହାୟତାର ହାତ ବଢ଼ାଇ ତାରାଙ୍କର ଚିକିତ୍ସା କରାଇଲେ ସୁସ୍ଥ ହୋଇ ପୁଣିଥରେ ସ୍କୁଲ ଯାଇ ପାଠ ପଢ଼ିବି ବୋଲି କହିଛନ୍ତି ନିଜେ ତାରା । କିରିକୁଟି ହାଇସ୍କୁଲରେ ଅଷ୍ଟମ ଶ୍ରେଣୀରେ ପାଠ ପଢ଼ୁଥିବା ତାରା ଏବେ ନା ନିଜେ ନିଜ ହାତରେ ମୁଠାଏ ଖାଇ ପାରୁଛି ନା ନିଜର କୌଣସି କାମ କରି ପାରୁଛି । ଶରୀରର ପ୍ରାୟ ୬୦ପ୍ରତିଶତରୁ ଉଦ୍ଧ୍ୱର୍ ଅଂଶ ପୋଡ଼ି ହୋଇଥିବା ହେତୁ ତାରାଙ୍କ ସମସ୍ତ କାମ ଗାଧୋଇବା ଠାରୁ ଆରମ୍ଭ କରି ଖୁଆଇବା ଯାଏଁ ସବୁ ମାଁ ସୁରେଖା ହିଁ କରିଥାନ୍ତି । ନିଜ ଝିଅକୁ ବଞ୍ଚାଇବା ପାଇଁ ସରକାରଙ୍କୁ ଗୁହାରି କରିଛନ୍ତି ପରିବାର ବର୍ଗ । ଏଥିସହିତ ସରକାର ଝିଅକୁ ମାଗଣା ଚିକିତ୍ସା କରିବା ପାଇଁ ପିତାମାତା ନିବେଦନ କରିଛନ୍ତି । ଚିକିତ୍ସା ପାଇଁ ଗ୍ରାମବାସୀମାନେ ମଧ୍ୟ ଜିଲ୍ଲା ପ୍ରଶାସନକୁ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

10 + 20 =