ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତା ଅଭିଯୋଗ, ଦାରିଙ୍ଗବାଡ଼ି ବିଜେପିର ବ୍ଲକ ଘେରାଉ

0 50

ଦାରିଙ୍ଗବାଡ଼ି:ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ପ୍ରତିବାଦରେ ଦାରିଙ୍ଗବାଡ଼ି ବ୍ଲକ ବିଜେପି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯାଇଛି । ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରିବା ସହିତ ଅଯୋଗ୍ୟ ହିତାଧିକାରୀମାନଙ୍କୁ ତାଲିକାରୁ ବାଦ ଦେବା ଦାବିରେ ବ୍ଲକ ବିଜେପି ଓ ଯୋଜନାରୁ ବାଦ ପଡ଼ିଥିବା ବହୁ ହିତାଧିକାରୀ ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଓ ନାରାବାଜି ଦେଇ ରାଧାକୃଷ୍ଣ ମନ୍ଦିର ନିକଟରୁ ଏକ ଶୋଭାଯାତ୍ରାରେ ବ୍ଲକ କାର୍ଯ୍ୟାଳୟକୁ ଆସିଥିଲେ । ତେବେ ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରି ସ୍ମାରକ ପତ୍ର ପ୍ରଦାନ କରିବାକୁ ଯାଇଥିବା ବେଳେ ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟରେ କୌଣସି ଅଧିକାରୀ ନଥିବାରୁ ବାଧ୍ୟ ହୋଇ ବିଜେପି କର୍ମୀ ଓ ଯୋଜନାରୁ ବାଦ ପଡ଼ିଥିବା ବହୁ ଯୋଗ୍ୟ ହିତାଧିକାରୀ ମାନେ ବ୍ଲକ କାର୍ଯ୍ୟାଳୟକୁ ଘେରାଉ କରି ଦୀର୍ଘ ସମୟ ଧରି ଅପେକ୍ଷା କରିବା ପରେ ମଧ୍ୟ ଦାବିପତ୍ର ଗ୍ରହଣ କରିବା ପାଇଁ କୌଣସି ଅଧିକାରୀ ନ ଆସିବାରୁ କିଛି ସମୟ ପାଇଁ ଉତ୍ତେଜନା ଦେଖା ଯାଇଥିଲା । ସ୍ମାରକ ପତ୍ର ଗ୍ରହଣ କରିବା ପାଇଁ ବ୍ଲକ ବିଜେପି ସଭାପତି ବାରମ୍ବାର ବିଡିଓ ଙ୍କୁ ଫୋନ କରିବା ସତ୍ତେ୍ୱ ଫୋନ ରିସିଭ ମଧ୍ୟ କରିନଥିବା ଅଭିଯୋଗ କରିଛନ୍ତି ବ୍ଲକ ସଭାପତି ସନ୍ତୋଷ କୁମାର ସାହୁ । ଏହା ପରେ ହିତାଧିକାରୀ ମାନେ ବିଡିଓଙ୍କ ମନମୁଖୀ କାର୍ଯ୍ୟ ଚଳିବ ନାହିଁ କହି ବିଡିଓ ଙ୍କ ବିରୋଧରେ ନାରାବାଜି ଦେଇଥିଲେ । ଦୀର୍ଘ ସମୟ ଧରି ବିଜେପି କର୍ମୀ ଓ ହିତାଧିକାରୀ ମାନେ ଅପେକ୍ଷା କରି ରହିଥିବା ବେଳେ ଅପରାହ୍ନ ପ୍ରାୟ ୪ଟା ବେଳେ ବ୍ଲକ ମୁଖ୍ୟ କିରାଣୀ ଆସି ସେମାନଙ୍କ ଠାରୁ ସ୍ମାରକ ପତ୍ର ଗ୍ରହଣ କରିଥିଲେ । ତେବେ ଯୋଗ୍ୟ ହିତାଧିକାରୀ ମାନେ ଯୋଜନାରୁ ବାଦ ପଡ଼ିବା ଯୋଗୁଁ ୬୦/୭୦ କିଲୋମିଟର ଦୂର ଦୁରନ୍ତାରୁ ନିଜର ଦୁଃଖ ଗୁହାରୀ ଜଣାଇବାକୁ ଆସିଥିବା ବେଳେ ବ୍ଲକ ପ୍ରଶାସନ ସେମାନଙ୍କର ଦାବି ଶୁଣିବାକୁ ସମୟ ନାହିଁ, ଦାବିପତ୍ର ଦେବାକୁ ଆସିବା ପୂର୍ବରୁ ବ୍ଲକ କାର୍ଯ୍ୟାଳୟରେ କୌଣସି କର୍ମଚାରୀଙ୍କ ଦେଖା ନାହିଁ, କିଭଳି ଚାଲୁଛି ବ୍ଲକ କାର୍ଯ୍ୟାଳୟ ? ବ୍ଲକ ଅଧିକାରୀ ମାନେ ଶାସକ ଦଳର ପ୍ରରୋଚନାରେ ପଡି ଲୋକଙ୍କ ଦୁଃଖ ବୁଝୁନାହାନ୍ତି, ବିରୋଧୀ ଦଳର ଥିବାରୁ ବିଡିଓ ସେମାନଙ୍କୁ ଅଣଦେଖା କରିବା ସହିତ ଲୋକଙ୍କ ଦାବି ପତ୍ର ଗ୍ରହଣ ନକରି ବାହାରକୁ ଚାଲିଯାଇଥିବା ଅଭିଯୋଗ କରିଛନ୍ତି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଡଃ.ଅର୍ଚ୍ଚନା ପ୍ରଧାନ । ସେହିପରି କେନ୍ଦ୍ର ସରକାର ଗରୀବ ଲୋକଙ୍କ ପାଇଁ ଦେଇଥିବା ଆବାସ ଗୃହ ଗୁଡ଼ିକୁ ରାଜ୍ୟ ସରକାର ଅଯୋଗ୍ୟ ଓ ନିଜ ଦଳୀୟ ନେତା କର୍ମୀ ଓ ସମ୍ପର୍କୀୟ ମାନଙ୍କୁ ଏକାଧିକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେଇଥିବା ଅଭିଯୋଗ ଆଣିଛି ବ୍ଲକ ବିଜେପି । ଯେ ପର୍ଯ୍ୟନ୍ତ ଯୋଗ୍ୟ ହିତାଧିକାରୀ ମାନେ ଆବାସ ଯୋଜନାରେ ସାମିଲ ହୋଇନାହାନ୍ତି ଓ ଅଯୋଗ୍ୟଙ୍କୁ ତାଲିକାରୁ ବାଦ କରାଯାଇ ନାହିଁ ସେ ପର୍ଯ୍ୟନ୍ତ ବିଜେପି ଲୋକଙ୍କ ପାଇଁ ଲଢେ଼ଇ ଜାରି ରଖିବ ଓ ଆବଶ୍ୟକ ହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି କହିଛନ୍ତି ରାଜ୍ୟ ବିଜେପି ଏସ.ସି ମୋର୍ଚ୍ଚା ଉପସଭାପତି ତଥା ଦାରିଙ୍ଗବାଡ଼ି ପ୍ରଭାରୀ ରାମବିଶି ଦିଗାଲ କହିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ହରେନ କୁମାର ସାହୁ, ମଣ୍ଡଳ ସାଧାରଣ ସମ୍ପାଦକ ମିଟୁ ସାହୁ ଜିଲ୍ଲା, ଉପସଭାନେତ୍ରୀ ଝୁଲିମା ଦଳବେହେରା, ଜିଲ୍ଲା ସମ୍ପାଦକ ମହେଶ୍ୱର ସାହୁ ,ମଣ୍ଡଳ ସମ୍ପାଦକ ରଞ୍ଜନ କୁମାର ସାହୁଙ୍କ ସମେତ ଶତାଧିକ ବିଜେପି କର୍ମୀ ଓ ଆବସ ଯୋଜନାରୁ ବଞ୍ଚିତ ହିତାଧିକାରୀ ମାନେ ସାମିଲ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

eight + 1 =