ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଓ ଔଷଧ ବଣ୍ଟନ

0 173

ଦଶପଲ୍ଲା,୨୭/୧୧ : – କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ନିର୍ଦ୍ଦେଶକ୍ରମେ ଦଶପଲ୍ଲା ବ୍ଳକ ଅନ୍ତର୍ଗତ ତୁମାଣ୍ଡି ହାଇସ୍କୁଲ ଠାରେ ଆଜି ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଓ ଔଷଧ ବଣ୍ଟନ କରାଯାଇଛି । କିମସ୍‌ ହସ୍ପିଟାଲ ବରିଷ୍ଠ ଓ ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଏହିସ୍ୱାସ୍ଥ୍ୟ ଶିବିର ପରିଚାଳିତ ହୋଇଥିଲା । ଦିବସ ବ୍ୟାପୀ ବିଭିନ୍ନ ଅଂଚଳରୁ ଲୋକ ସ୍ୱାସ୍ଥ୍ୟ ପରୀକ୍ଷା କରି ମାଗଣା ଔଷଧ ନେଇଥିଲେ । ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ ଶିବିର ଉଦଘାଟନ କରିଥିଲେ । ଜିଲ୍ଲା ପରିଷଦ ସଭ୍ୟା ସତ୍ୟଭାମା ନାୟକ , ସରପଞ୍ଚ ମୀତାରାଣୀ ମାଝୀ, ସମିତିସଭ୍ୟା ଅନୁପମା ମଲ୍ଲିକ , ସାଂସଦ ପ୍ରତିନିଧି ପ୍ରସନ୍ନ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଦଶପଲ୍ଲା ବ୍ଳକର ପୂର୍ବତନ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସାହୁ, ଗଣିଆଁ ବ୍ଳକର ପୂର୍ବତନ ଅଧ୍ୟକ୍ଷ ଶେଷଦେବ ସ୍ୱାଇଁ ଓ ସଦାଶିବ ମିଶ୍ର ପ୍ରମୁଖ ଶିବିରକୁ ସଂଯୋଜନା କରିଥିଲେ । ତୁମାଣ୍ଡି ହାଇସ୍କୁଲ ପ୍ରଧାନଶିକ୍ଷକ ବିଷ୍ଣୁ ନାରାୟଣ ଷଡଙ୍ଗୀଙ୍କ ସମେତ ସମସ୍ତ ଶିକ୍ଷକ-କର୍ମଚାରୀ ସହଯୋଗ କରିଥିଲେ । ଏଭଳି କାର୍ଯ୍ୟକ୍ରମ ପାଇଁ ଅଞ୍ଚଳବାସୀ ଖୁସି ବ୍ୟକ୍ତ କରିବା ସହିତ ସାଂସଦ ଓ ଦଶପଲ୍ଲା ବିଧାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

two + fifteen =