ମା ବାଟ ପନ୍ଥେଇଙ୍କର ବାର୍ଷିକ ପୂଜା ଉତ୍ସବ ଅନୁଷ୍ଠିତ

0 84

ଦଶପଲ୍ଲା,୧୩/୧: – ନୟାଗଡ ଜିଲ୍ଲା ଗଣିଆ ବ୍ଳକ ଆଦିବାସୀ ବହୁଳ , ବଣପାହାଡ଼ ଘେରା , ବଡ଼ସିଲିଙ୍ଗା ଗ୍ରାମ ପଞ୍ଚାୟତର ଆରାଧ୍ୟ ଦେବୀ ମା ‘ ବାଟପନ୍ଥେଇଙ୍କର ବାର୍ଷିକ ପୂଜା ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ଅଧିବାସ କର୍ମପରେ , ବୁଧବାର ଅପରାହ୍ନରେ ଆଦିବାସୀ ସଂପ୍ରଦାୟର ପାରମ୍ପାରିକ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହୋଇଥିଲା । ବଡ଼ସିଲିଙ୍ଗା ପଂଚାୟତର ୩୩ଟି ଗାଁର ଗ୍ରାମବାସୀଙ୍କ ସହଯୋଗରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ଚଳିତବର୍ଷ କମ୍‌ ସଂଖ୍ୟକ ଭକ୍ତଙ୍କର ସମାଗମ ହୋଇଥିଲା । ସେହିପରି ଗଣିଆ ବ୍ଳକର ଅନ୍ୟ ପଞ୍ଚାୟତରୁ ଶ୍ରଦ୍ଧାଳୁ ମା’ଙ୍କ ନିକଟକୁ ଆସି ଭୋଗଲାଗି କରି ଦର୍ଶନ କରିଥିଲେ । ପୂର୍ବରୁ ମା’ଙ୍କ ପାଖରେ ପୋଡ଼ୁଅ ବଳି ଦିଆଯାଉଥିଲା । କିନ୍ତୁ ତାହା ବର୍ତ୍ତମାନ ବନ୍ଦକରି ବୋଦା ଓ କୁକୁଡ଼ା ବଳି ଦିଆଯାଉଛି । ପ୍ରତିବର୍ଷ ଏହି ପୂଜା ଉତ୍ସବରେ ବିଭିନ୍ନ ଉଠା ଦୋକନ ସହିତ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଥିଲା । କିନ୍ତୁ ଚଳିତବର୍ଷ ମହାମାରୀ କରୋନା ଓ ଲଗାଣ ବର୍ଷା ଲାଗି ମା’ଙ୍କ ପାଖରେ କେବଳ ନୀତି ନିୟମ ଅନୁସାରେ ପୂଜାକାର୍ଯ୍ୟ ସମ୍ପାଦନ କରାଯାଇଥିଲା ତାହା ପୁଣି କୋଭିଡ ନିୟମ ଅନୁସାରେ ସାମାଜିକ ଦୂରତା ରକ୍ଷା କରାଯାଇଥିବାର ଦେଖାଯାଇଥିଲା । ଫଳରେ ପ୍ରତିବର୍ଷ ଭଳି ଚଳିତବର୍ଷ ଗହଳି ଦେଖିବାକୁ ମିଳିନଥିଲା ।

hiranchal ad1
Leave A Reply

Your email address will not be published.

seventeen − 5 =