ଜାତୀୟ ଆଇନସେବା ଦିବସ ପାଳିତ

0 207

ଦଶପଲ୍ଲା,୯/୧୧: – ଆଜି ଜାତୀୟ ଆଇନ୍‌ ସେବା ଦିବସ ଅବସରରେ ତାଲୁକ ଆଇନ ସେବା କମିଟି ତରଫରୁ ମଣିନାଗ ବହୁମୁଖୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବା ସକାଶେ ତାଲୁକ୍‌ ଆଇନ୍‌ ସେବା ପ୍ରାଧିକରଣ କମିଟି ତରଫରୁ,ଏକ ଆଇନ୍‌ ସଚେତନତା କାର୍ଯ୍ୟକ୍ରମ ଦଶପଲ୍ଲା ଜେଏମ୍‌ଏଫସିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରତାପ କୁମାର ମହାନ୍ତି, ପ୍ରଦୀପ ସାହୁ, ସୁରେଶ ମହାପାତ୍ର, ନିଳମଣୀ ସାହୁଙ୍କ ସମେତ ବିଶିଷ୍ଟ ଆଇନଜୀବୀ ତଥା ସାମ୍ବାଦିକ ଆଲୋକ କୁମାର ସେନାପତି ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଆଇନ ସଂପର୍କରେ ସଚେତନ କରିଥିଲେ । ଦଶପଲ୍ଲା ଜେଏମ୍‌ଏଫ୍‌ସି ତଥା ତାଲୁକ୍‌ ଆଇନ୍‌ ସେବା କମିଟିର ଅଧ୍ୟକ୍ଷ, ମାନ୍ୟବର ବିଚାରପତି ସୋମ୍ୟରଞ୍ଜନ ପୃଷ୍ଟି ଛାତ୍ରଛାତ୍ରୀ ମାନଙ୍କୁ ଆଇନ କ’ଣ, ଆଇନସେବା କ’ଣ , କିପରି ଆମେ ମାଗଣାରେ ଆଇନ୍‌ ସେବା ପାଇପାରିବା ସେ ସଂପର୍କରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ । ଛାତ୍ରଛାତ୍ରୀମାନେ ଆଇନ ବିଷୟରେ ବିସ୍ତୃତ ଭାବରେ ସଚେତନ ହେଲେହିଁ ଗ୍ରାମାଞ୍ଚଳର ଜନସାଧାରଣ ଆଇନ ବିଷୟରେ ସଚେତନ ହୋଇପାରିବେ ବୋଲି କହିଥିଲେ ।

hiranchal ad1
Leave A Reply

Your email address will not be published.

four × 3 =