ଟାକରାରେ ପାଳିତ ହେଲା ସ୍ୱାଧିନତାର ଅମୃତ ମହୋତ୍ସବ

0 126

ଦଶପଲ୍ଲା,୨୮/୧୦- ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍‌ ଅନ୍ତର୍ଗତ ଟାକରାର ବାବା ସିଦେ୍ଧଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ସ୍ୱାଧିନତାର ଅମୃତ ମହୋତ୍ସବ ଇଣ୍ଡିଆ, କରୋନା ନିୟମ ଅନୁପାଳନପୂର୍ବକ ୨୭ ଓ ୨୮ ତାରିଖ ଦୁଇଦିନ ଧରି ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମ ଦିବସରେ ଟାକରା ଗ୍ରାମପଂଚାୟତର ୬୦ ଜଣ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କୁ ନେଇ ରଙ୍ଗୋଲି ପ୍ରତିଯୋଗିତା ହୋଇଥିଲା । ଏହି ପ୍ରତିଯୋଗିତାରେ ସରୋଜିନୀ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ, ସୁପ୍ରଭା ସାହୁ ଦ୍ୱିତୀୟ ଓ ବିମଳ ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ଦ୍ୱିତୀୟ ତଥା ଅନ୍ତିମ ଦିନର ପ୍ରଥମ ପର୍ଯ୍ୟାୟରେ ସ୍ୱଚ୍ଛ ଭାରତ ଓ ସୁସ୍ଥ ଭାରତ ଗଠନର ନାରା ଦେଇ ଏକ ସଚେତନତା ବିଶାଳ ଶୋଭାଯାତ୍ରା ଟାକରା ବଜାର ପରିକ୍ରମା କରିଥିଲା । ପରବର୍ତ୍ତୀ ବୈଠକରେ ମୁଖ୍ୟଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ଡ. ସରୋଜ କୁମାର ନାୟକ, ସମ୍ମାନୀତ ଅତିଥି ଉପନ୍ୟାସିକ, କବି ଶ୍ରୀଯୁକ୍ତ ହାଡିବଂଧୁ ମହାଖୁଡ, ସ୍ଥାନୀୟ ସରପଞ୍ଚ ସଂଯୁକ୍ତା ନାୟକ, ସ୍ଥାନୀୟ ସମାଜସେବୀ ଜଗବନ୍ଧୁ ଆଚାର୍ଯ୍ୟ, ଯୁବ ସଂସଦ ସଭାପତି ପ୍ରକାଶ କୁମାର ନାୟକ ଓଡିଶା ମାଟିରେ ସ୍ୱାଧିନତା ସଂଗ୍ରାମ ଓ ସ୍ୱାଧିନତା ସଂଗ୍ରାମୀ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।

hiranchal ad1
Leave A Reply

Your email address will not be published.

eight + 3 =