୨୫ ଦିନ ପରେ ଘରକୁ ଫେରିଲେ ଦାଦନ ଶ୍ରମିକ

0 412

ଦଶପଲ୍ଲା,୧୧/୬: – ଗତ ମାସ ୧୫ ତାରିଖ ଦିନ ପରିବାର ଲୋକଙ୍କ ଅଜ୍ଞାତରେ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିବା ପୁଅକୁ ଆଜି ଫେରି ପାଇଛନ୍ତି ପରିବାର ଲୋକ ଯାହାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି । ପୁଅ ଫେରି ଆସିଥିବା ନେଇ ଥାନାରେ ହାଜର ହୋଇ ପରିବାର ଲୋକ ଜଣାଇଛନ୍ତି । ସୂଚନାଯୋଗ୍ୟ , ଦଶପଲ୍ଲା ଥାନା ଅଧୀନସ୍ଥ ତୁମାଣ୍ଡି ଗ୍ରାମର ଶିବ ନାୟକଙ୍କ ପୁଅ ସୁମନ୍ତ ( ୩୦ ) ଗ୍ରାମର ରବି ବେହେରାଙ୍କ ସହ ରାଜସ୍ଥାନ କାମ କରିବା ପାଇଁ ଯାଇଥିଲେ । ହେଲେ ସୁମନ୍ତ ଘରେ କାହାରିକୁ ନକହି କାମ କରିବା ପାଇଁ ଯାଇଥିଲେ । ମାତ୍ର ଗତ ୧୭ ତାରିଖ ଦିନ ରାତିରେ ରବିଙ୍କ ପତ୍ନୀ ଶାରଦା ହଠାତ୍‌ ଆସି ସୁମନ୍ତଙ୍କ ମୃତ୍ୟୁ ହୋଇଥିବା କଥା ପରିବାର ଲୋକଙ୍କୁ ଜଣାଇଥିଲେ । ଯାହାକୁ ନେଇ ଘରେ କାନ୍ଦ ବୋବାଳି ପଡ଼ିବା ସହ ପରିବାର ପକ୍ଷରୁ ଦଶପଲ୍ଲା ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୁଲିସ ତଦନ୍ତ କରିବା ସହ କାମ ପାଇଁ ପଠାଇଥିବା ଠିକାଦାର ଉପରେ ଚାପ ପକାଇଥିଲା । ଖୁବ୍‌ଶୀଘ୍ର ସୁମନ୍ତଙ୍କୁ ଫେରାଇ ଆଣିବାକୁ କୁହାଯାଇଥିଲା । ଯାହାକି ଆଜି ସୁମନ୍ତ ଘରକୁ ଫେରିବା ପରେ ଥାନାରେ ହାଜର ହୋଇଥିବା ଥାନା ଅଧିକାରୀ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

thirteen + 14 =