ରାସ୍ତା ପାଇଁ ହିନସ୍ତା, ଆଣ୍ଠୁଏ କାଦୁଅରେ ଯାତାୟାତ କରୁଛନ୍ତି ଚଣ୍ଡିବସ୍ତ ଜନସାଧାରଣ

0 79

ଦଶପଲ୍ଲା,୨୪/୮: – ରାସ୍ତା ପାଇଁ ହିନସ୍ତା, ଗାଁକୁ ସବୁଦିନିଆ ରାସ୍ତା ଖଣ୍ଡେ ନିର୍ମାଣ ପାଇଁ ବାରମ୍ବାର ଗୁହାରି କରିବା ସତ୍ତେ୍ୱ ନିର୍ମାଣ ହୋଇପାରୁନି ସବୁଦିନିଆ ରାସ୍ତା ଖଣ୍ଡିଏ । ଏଯାଏଁ ସରକାରୀ ଅନୁଦାନରେ ଦାଣ୍ଡରେ ମାଟି ମୁଠାଏ ପଡ଼ିନଥିବାରୁ ବର୍ଷା ହେଲେ ପଚପଚ କାଦୁଅ ମଧ୍ୟରେ ଯାତାୟାତ କରୁଛନ୍ତି ଦଶପଲ୍ଲା ବ୍ଲକର ଟାକରା ପଞ୍ଚାୟତ ଅଧୀନସ୍ଥ ତିଳାବାଡି ଚଣ୍ଡିବସ୍ତ ଗ୍ରାମର ଗ୍ରାମବାସୀ । ଏହି ଗ୍ରାମରେ ୧୫ଟି ପରିବାର ପ୍ରାୟ ୭୦ରୁ ଅଧିକ ଲୋକ ବସବାସ କରୁଛନ୍ତି । ପ୍ରତିବର୍ଷ ଆଖପାଖ ବିଭିନ୍ନ ଗ୍ରାମକୁ ରାସ୍ତା ନିର୍ମାଣ ହେଉଥିବା ବେଳେ ଏହି ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରି ଆସୁଛନ୍ତି । ମାତ୍ର କୌଣସି ସୁଫଳ ମିଳୁନଥିବା ପ୍ରକାଶ କରିଛନ୍ତି । ବର୍ଷାଦିନ ଆସିଲେ ଗ୍ରାମବାସୀଙ୍କୁ ବହୁ ଦୁର୍ଦ୍ଦଶା ଭୋଗିବାକୁ ପଡୁଛି । ଏ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବ୍ଲକ୍‌ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

sixteen + fourteen =