ଦଶପଲ୍ଲାରେ ଶୀତ ଲହରୀ, ଜାଡ଼ରେ ଥରୁଛି ମାଳ ଅଞ୍ଚଳ

0 195

ଦଶପଲ୍ଲା,୧୪/୧୧: – ବଣଜଙ୍ଗଲ ପରିବେଷ୍ଟିତ ଦଶପଲ୍ଲାରେ ଏବେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ଦଶପଲ୍ଲାର ଅନେକ ଅଞ୍ଚଳରେ ଶୀତ ତରଙ୍ଗ ଅନୁଭୂତ ହେଉଥିବାବେଳେ, କେତେକ ସ୍ଥାନରେ ପାରଦ ୧୦ ଡିଗ୍ରୀ ସେଲସିୟସ ତଳକୁ ଖସିବାସହ ସାଧାରଣ ଜୀବନକୁ ପ୍ରଭାବିତ କରିଛି । କଳସାଖମଣ, ଚଢେୟାପଲ୍ଲୀ, ନୂଆଗାଁ, କୁଜାମେଣ୍ଢିି, ବାଣୀଗୋଛା ପ୍ରଭୃତି ପାହାଡ଼ିଆ ଅଞ୍ଚଳରେ ଅତ୍ୟନ୍ତ ଶୀତୁଆ ପାଗ ଦେଖିବାକୁ ମିଳିଥିବାବେଳେ ରାତିର ତାପମାତ୍ରା ଏହି ଅଞ୍ଚଳରେ ୧୦ ଡିଗ୍ରୀ ସେଲସିୟସ ତଳେ ରହୁଛି । ବିରିଗଡ଼, ପାନାବାରୀ, ତାବେଡା, ଗାଡିଆପଡା, ଶିରିଶିରା ଭଳି କେତେକ ପାହାଡିଆ ଅଞ୍ଚଳରେ ତାପମାତ୍ରା ୮ ଡିଗ୍ରୀ ସେଲସିୟସରୁ ମଧ୍ୟ କମ୍‌ ରେକର୍ଡ କରାଯାଇଛି । ଅତ୍ୟଧିକ ଥଣ୍ଡାପାଗ ହେତୁ ଗରିବ ଶ୍ରେଣୀର ଲୋକମାନେ କାମଧନ୍ଦାକୁ ମଧ୍ୟ ଯାଇନପାରି ରୋଜଗାର ହରାଉଥିବା ଦେଖିବାକୁ ମିଳୁଛି । ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଆଦିବାସୀ, ଦଳିତ ଗରିବ ଜନସାଧାରଣ ମାନେ ଶୀତବସ୍ତ୍ରର ଅଭାବ ଯୋଗୁଁ ନିଆଁ ଅନ୍ତରାର ସହାୟତା ନେଉଥିବା ଦେଖିବାକୁ ମିଳୁଛି । ଘନ କୁହୁଡି ଯୋଗୁଁ ଟାକରା ଘାଟି, ବାଣୀବିରି ଘାଟି ଅଂଚଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହେଉଥିବା ଦେଖିବାକୁ ମିଳୁଛି ।

hiranchal ad1
Leave A Reply

Your email address will not be published.

twenty − 14 =