ରଥଯାତ୍ରା ପାଇଁ ଗଲା ୧୦୪ ଖଣ୍ଡ ରଥକାଠ

0 84

ଦଶପଲ୍ଲା,୨୩/୧:- ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନିମନ୍ତେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ରଥ ନିର୍ମାଣ ପାଇଁ ମୋଟ ୭୪୭ ଖଣ୍ଡ କାଠ ଦରକାର ହେଉଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଦଶପଲ୍ଲା ବନାଞ୍ଚଳ ପକ୍ଷରୁ ୧୦୪ ଖଣ୍ଡ କାଠ ରଥଖଳାକୁ ପଠାଯାଇଛି । ଦଶପଲ୍ଲାର ଆରାଧ୍ୟ ଦେବତା ପ୍ରଭୁ ମହାବୀରଙ୍କ ନିକଟରେ ପୁଜାର୍ଚ୍ଚାନା ପରେ ତିନିଗୋଟି ଟ୍ରକ ସାହାଯ୍ୟରେ ଧଉରା ୭୧ ଓ ଅସନ ୩୩ ଖଣ୍ଡ କାଠ ପଠାଯାଇଛି । ତେବେ ସମସ୍ତ କାଠ ଦଶପଲ୍ଲା ବନାଂଚଳରୁ ସଂଗ୍ରହ କରାଯାଇଥିବା ବନବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ଶ୍ରୀମନ୍ଦିର ପ୍ରଥା ଅନୁଯାୟୀ ସରସ୍ୱତୀ ପୂଜା ପୂର୍ବରୁ ରଥ ଖଳାରେ ପ୍ରଥମ ପର୍ଯ୍ୟାୟରେ ରଥ କାଠ ପହଁଚିବାର ବିଧି ଶ୍ରୀମନ୍ଦିରରେ ରହିଥିବାବେଳେ ଏହି ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟରେ ରଥଖଳାକୁ କାଠଗୁଡିକୁ ପଠାଯାଇଛି । ଏହି କାର୍ଯ୍ୟକ୍ରମରେ ଏସିଏଫ ଶ୍ୱେତଲିନା ସାହୁ, ଦଶପଲ୍ଲା ବନାଞ୍ଚଳ ଅଧିକାରୀ ନିଖିଳେଶ ମଲ୍ଲିକଙ୍କ ସମେତ ସମସ୍ତ ବନ କର୍ମଚାରୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

13 − nine =