ଦଶପଲ୍ଲା,୨୬/୧୨: – ଆଜି ଦଶପଲ୍ଲାର ଗାନ୍ଧୀ ମୈଦାନରେ ବିଜୁ ଜନତା ଦଳର୨୫ ତମ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ଭୂମିପୁତ୍ର ବିଜୟାନନ୍ଦ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହିସଭାରେ ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା ମୂଖ୍ୟ ଅତିଥି ଭାବରେ ଯୋଗଦେଇଥିବାବେଳେ, ସମ୍ମାନିତ ଅତିଥି ଭାବରେ କୃଷି ତଥା କୃଷକ କଲ୍ୟାଣ ମନ୍ତ୍ରୀ ଡ଼.ଅରୁଣ କୁମାର ସାହୁ ଯୋଗ ଦେଇଥିଲେ । ଅନ୍ୟାନ୍ୟ ଅତିଥି ଭାବରେ ସଂଯୁକ୍ତା ଦାସଗୁପ୍ତା, ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ, ପ୍ରାକ୍ତନ ଏନ୍ ଏ ସି ଅଧ୍ୟକ୍ଷା ବବିତା ସାହୁଙ୍କ ସମେତ ବିଭିନ୍ନ ଗ୍ରାମପଂଚାୟତର ବିଜେଡି କର୍ମୀମାନେ ଯୋଗ ଦେଇଥିଲେ । ବିଧାୟକ ରମେଶ ଚନ୍ଦ୍ର ବେହେରା ନବ ଓଡ଼ିଶା ଗଠନରେ ବିଜୁବାବୁଙ୍କ ଭୁମିକା ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିବାବେଳେ ସଂଯୁକ୍ତା ଦାସଗୁପ୍ତା ନାରୀ ସଶକ୍ତିକରଣ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।