କୁଆଁରିଆ ବିସ୍ଥାପିତଙ୍କ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି

0 118

ଦଶପଲ୍ଲା,୮/୧- କୁଆଁରିଆ ବିସ୍ଥାପିତଙ୍କ ସମସ୍ୟା ଦୀର୍ଘ ଦିନପରେ ମଧ୍ୟ ସମାଧାନ ହୋଇପାରିନାହିଁ । ସବୁ ତ୍ୟାଗ ପରେ ମଧ୍ୟ ସେମାନଙ୍କ ଦୁଃଖ ଲାଘବ ନହେବା ଯୋଗୁଁ ସେମାନେ କ୍ଷୋଭ ଓ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ଶୁକ୍ରବାର ଦିନ କଟକସ୍ଥିତ “କ୍ଲାପ୍‌ ଲିଗାଲ ସର୍ଭିସ୍‌ ଇନଷ୍ଟିଚ୍ୟୁଟ୍‌ ” ର ସଭ୍ୟ ଆଇନଜୀବୀ ବିଜୟ କୁମାର ମିଶ୍ର, ରୋହନ ନାୟକ, ଚନ୍ଦ୍ରଦେବ ପୁରୋହିତ ପ୍ରମୁଖ ବିସ୍ଥାପିତଙ୍କ ସମସ୍ୟାର ତଥ୍ୟ ସଂଗ୍ରହ କରି ସେମାନଙ୍କ ପାଇଁ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ଡ୍ୟାମ୍‌ ଥିବା ଯାଗା ପୁରୁଷାନୁକ୍ରମେ ଓଡିଶାର ଗ୍ରାମବାସୀଙ୍କର ଥିଲା । ୧୯୭୮ମସିହାରେ ଡ୍ୟାମ ନିର୍ମାଣ ପାଇଁ ସେମାନେ ନିଜର ଭିଟାମାଟି ଛାଡିଦେଲେ । ବିସ୍ଥାପିତଙ୍କ ଅଭିଯୋଗ ହେଲା, ପ୍ରତି ପରିବାରକୁ ୩ ଏକର ଚାଷ ଜମି ଏବଂ ୨୦ଡେସିମିଲ ଘରବାରୀ ସରକାର ଯୋଗାଇ ଦେବେ । ଏହାବ୍ୟତୀତ ଘର କରିବାପାଇଁ ଆର୍ଥିକ ସହାୟତା ମଧ୍ୟ ଦେବେ । ତଦନୁଯାୟୀ ୧୯୭୮ମସିହାରେ ଭୂମିପୂଜା ହୋଇ ଶୁଭ ଦିଆଯାଇଥିଲା ଏବଂ ୧୯୮୦ର ଶେଷାର୍ଦ୍ଧରେ ବିସ୍ଥାପିତ କରାଯାଇଥିଲା । କିଛି ଲୋକ ବୁଗୁଡା ଜଙ୍ଗଲ ମଧ୍ୟରେ ସରକାରୀ ଯାଗାରେ ଘରକଲେ ଆଉ କିଛି ଲୋକ ଡ୍ୟାମ୍‌ତଳେ ଘର କଲେ । ତେବେ କିଛି ଲୋକ ସରକାରଙ୍କ ପକ୍ଷରୁ ଅସ୍ଥାୟୀ ପଟ୍ଟା ପାଇଥିଲେ ହେଁ ଅନେକଙ୍କୁ ତାହା ବି ମିଳିନାହିଁ । ବାରମ୍ବାର ଆରଆଇ ତହସିଲଦାର ଠାରୁ ଆରମ୍ଭକରି ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ଗୁହାରି କଲାପରେ ବି କେହି ସେକଥା ଶୁଣୁ ନାହାନ୍ତି । ଏବେ ଆଇନ୍‌ ଅନୁଯାୟୀ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯାହା ଆମର ହକ୍‌ , ଯାହା ଆମର ପ୍ରାପ୍ୟ ତାହା ସରକାର ଆମକୁ ଦିଅନ୍ତୁ ବୋଲି ଆଇନଜୀବୀ ମାନଙ୍କ ଆଗରେ ଗ୍ରାମବାସୀମାନେ କହିଛନ୍ତି । ଡିଜିଟାଲ୍‌ ଅର୍ଗାନାଇଜେସନର ସଂପାଦକ ଲକ୍ଷ୍ମୀଧର ବେହେରା, ପ୍ରଫୁଲ୍ଲ କୁମାର ଦାଶଙ୍କ ସମେତ ଗ୍ରାମର ବହୁ ବ୍ୟକ୍ତି ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

one × five =