ବାହାରିଲା ତାଲିକା ରାଜନୈତିକ ବାତାବରଣ ଉଷ୍ମ

0 564

ଦଶପଲ୍ଲା,୯/୧୦ : – ନୟାଗଡ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ସଂରକ୍ଷିତ ତାଲିକା ପ୍ରକାଶ ପାଇଛି । ନୟାଗଡ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ଅନୁମୋଦନକ୍ରମେ ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ତାଲିକା ପ୍ରକାଶ କରାଯାଇଛି । ନୟାଗଡ ଜିଲ୍ଲାର ୨୪ଟି ଜିଲ୍ଲା ପରିଷଦ ଜୋନ୍‌, ୮ଟି ବ୍ଲକ ଅଧ୍ୟକ୍ଷପଦ ଏବଂ ୧୯୬ ସରପଞ୍ଚ , ସମିତି ସଭ୍ୟ ପଦବୀ ସହ ୱାର୍ଡ ସଭ୍ୟଙ୍କ ସଂରକ୍ଷିତ ଆସନ ତାଲିକା ପ୍ରକାଶ ପାଇଛି । ନୟାଗଡ ବ୍ଲକ ଅଧ୍ୟକ୍ଷ ପଦ ଅନୂସୂଚିତ ଜାତି ମହିଳା ଭାବେ ସଂରକ୍ଷିତ ହୋଇଥିବା ବେଳେ ଓଡଗାଁ ବ୍ଲକ ପଛୁଆବର୍ଗ, ଖଣ୍ଡପଡା ଅନୂସୂଚିତ ଜନଜାତି ମହିଳା, ଗଣିଆ ଅସଂରକ୍ଷିତ, ଦଶପଲ୍ଲା ପଛୁଆବର୍ଗ ମହିଳା, ନୂଆଗାଁ ମହିଳା, ଭାପୁର ଓ ରଣପୁର ବ୍ଲକ ଅସଂରକ୍ଷିତ ରହିଛି । ଜିଲ୍ଲାର ୮ଟି ବ୍ଲକରେ ୪ ଜଣ ମହିଳା ଅଧ୍ୟକ୍ଷ ପାଇଁ ଗୁରୁତ୍ୱ ଆସନ ସଂରକ୍ଷିତ କରାଯାଇଛି । ସେହିଭଳି ଭାବେ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଓଡଗାଁ ୧ନଂ ଜୋନ୍‌ ମହିଳା, ଓଡଗାଁ ୨ନଂ ଜୋନ୍‌ ଅସଂରକ୍ଷିତ, ଓଡଗାଁ ୩ ନଂ ଜୋନ୍‌ ଅନୁସୂଚିତ ଜାତି ମହିଳା, ଓଡଗାଁ ୪ ନଂ ଜୋନ୍‌ ମହିଳା, ଖଣ୍ଡପଡା ୫ନଂ ଜୋନ ଅନୁସୂଚିତ ଜାତି, ଖଣ୍ଡପଡା ୬ ନଂ ଜୋନ୍‌ ମହିଳା, ଖଣ୍ଡପଡା ୭ନଂ ଜୋନ୍‌ ଅସଂରକ୍ଷିତ, ଗଣିଆ ୮ ନଂ ଜୋନ୍‌ ମହିଳା, ଦଶପଲ୍ଲା ୯ ନଂ ଜୋନ୍‌ ପଛୁଆବର୍ଗ, ଦଶପଲ୍ଲା ୧୦ ନଂ ଏବଂ ୧୧ ନଂ ଜୋନ୍‌ ପଛୁଆବର୍ଗ ମହିଳା, ନୟାଗଡ ୧୨ ନଂ ଏବଂ ୧୩ ନଂ ଜୋନ୍‌ ଅସଂରକ୍ଷିତ, ନୟାଗଡ ୧୪ ନଂ ଜୋନ ଅନୁସୂଚିତ ଜାତି, ନୟାଗଡ ୧୫ ନଂ ଜୋନ୍‌ ପଛୁଆବର୍ଗ, ନୂଆଗାଁ ୧୬ ନଂ ଜୋନ୍‌ ପଛୁଆବର୍ଗ ମହିଳା, ନୂଆଗାଁ ୧୭ ନଂ ଜୋନ୍‌ ଅନୂସୂଚିତ ଜନଜାତି ମହିଳା, ଭାପୁର ୧୮ ନଂ ଜୋନ ପଛୁଆବର୍ଗ, ଭାପୁର ୧୯ନଂ ଏବଂ ୨୦ ନଂ ଜୋନ ଅସଂରକ୍ଷିତ, ରଣପୁର ୨୧ ନଂ ଜୋନ୍‌ ମହିଳା, ରଣପୁର ୨୨ ନଂ ଜୋନ୍‌ ଅସଂରକ୍ଷିତ, ରଣପୁର ୨୩ ନଂ ଜୋନ୍‌ ଅନୂସୂଚିତ ଜାତି ମହିଳା, ରଣପୁର ୨୪ ନଂ ଜୋନ୍‌ ମହିଳା ପଦବୀ ପାଇଁ ସଂରକ୍ଷିତ କରାଯାଇଛି । ସେହିଭଳି ଭାବେ ସରପଞ୍ଚ ଏବଂ ସମିତି ସଭ୍ୟ ପଦବୀ ପାଇଁ ୫୦ ପ୍ରତିଶତ ମହିଳା ପଦବୀକୁ ଗୁରୁତ୍ୱ ଦିଆଯାଇଛି । ଏଥିପାଇଁ ମଧ୍ୟ ତାଲିକା ପ୍ରକାଶ ପାଇଛି ।

hiranchal ad1
Leave A Reply

Your email address will not be published.

three × 3 =