ସୌର ଗୃହବତୀ ଅଚଳ, ଡିବିରୀ ଆଲୁଅ ଭରସାରେ ଆଦିବାସୀ

0 72

ଦଶପଲ୍ଲା,୧୭/୧: – ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକର ଆଶ୍ରଡା, ପାନାବାରୀ, ତାବଡା ଭଳି ଅନେକ ଆଦିବାସୀ ଗାଁରେ ଏବେବି ଅନ୍ଧାର ରାଜ୍‌ କରୁଛି । ଏହି ଗାଁକୁ ବିଦ୍ୟୁତ୍‌ ସଂଯୋଗ ନଥିବାବେଳେ ସରକାରୀ ଯୋଜନାରେ ଯୋଗାଇ ଦିଆଯାଇଥିବା ସୋଲାର ପ୍ରକଳ୍ପ ମଧ୍ୟ ଅଚଳ ହୋଇଯାଇଛି । ଗାଁରେ ବସବାସ କରୁଥିବା ଶତାଧିକ ଲୋକ ପ୍ରତ୍ୟେକ ଦିନ ଅନ୍ଧାର ରାତିରେ ଡିବିରି ଆଲୁଅ ଉପରେ ଭରସା କରୁଛନ୍ତି । ଗାଁରେ ପ୍ରତ୍ୟେକ ପରିବାରକୁ ଦିଆଯାଇଥିବା ସୋଲାର ପ୍ଲେଟ୍‌ଗୁଡ଼ିକ ଘର ବାହାରେ ଶୋଭା ପାଉଥିବାବେଳେ ଏଗୁଡ଼ିକ ପାଇଁ ବ୍ୟବହାର କରାଯାଉଥିବା ବ୍ୟାଟେରୀ ଅଚଳ ଅବସ୍ଥାରେ ପଡ଼ିରହିଛି । ଦିନବେଳା ସୋଲାର ପ୍ଲେଟ୍‌ରୁ ସଂଯୋଗ ତାର ବାହାରୁଥିବା କରେଣ୍ଟରେ ବିଭିନ୍ନ ଚାର୍ଜଲାଇଟ୍‌ ଏବଂ ମୋବାଇଲ୍‌ ଚାର୍ଜକରି ଗ୍ରାମବାସୀ ବ୍ୟବହାର କରୁଥିବା ଦେଖାଯାଇଛି । ମରାମତି ଦାୟିତ୍ୱରେ ଥିବା ସଂସ୍ଥାକୁ ଯୋଗାଯୋଗ କଲେ ମଧ୍ୟ ସେମାନେ ଧରାଛୁଆଁ ଦେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରିକି ସ୍ଥାନୀୟ ଜନପ୍ରତିନିଧି କିମ୍ବା ପ୍ରଶାସନିକ ଅଧିକାରୀଙ୍କୁ ଗୁହାରି କଲେ ମଧ୍ୟ ସେମାନେ ଏଥିପ୍ରତି ଦୃଷ୍ଟି ଦେଉନଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

one + 16 =