ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିର୍ଣ୍ଣାୟକ ହେବେ ମହିଳାଗୋଷ୍ଠୀ !

0 216

ଦଶପଲ୍ଲା,୧୬/୨: ନୟାଗଡ଼ ଜିଲ୍ଲାର ୮ଟି ବ୍ଲକ ଓ ସମସ୍ତ ପୌରାଞ୍ଚଳରେ ପ୍ରାର୍ଥୀଙ୍କ ଭାଗ୍ୟ ଲେଖିବେ ୧୧୮୮୩ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ । ପ୍ରତ୍ୟେକ ମହିଳା ଗୋଷ୍ଠୀରେ ୧୨ ରୁ ୨୦ ଜଣ ପର୍ଯ୍ୟନ୍ତ ସଦସ୍ୟ ରହିଛନ୍ତି । ଜଣେ ଜଣେ ମହିଳା ସଦସ୍ୟଙ୍କ ପରିବାରରେ ୫ ରୁ ୮ ଜଣ ଲେଖାଏଁ ଭୋଟର ରହିଛନ୍ତି । ଜିଲ୍ଲାର ପ୍ରତ୍ୟେକ ଏସଏଚଜି ମହିଳାଙ୍କ ଏହି ତ୍ରିସ୍ତରୀୟ ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ରହିବା ନେଇ ଆଲୋଚନା ହେଉଛି । ମହିଳା ଗୋଷ୍ଠୀର ଭୋଟ ଯେଉଁ ପ୍ରାର୍ଥୀ କିମ୍ବା ପ୍ରାର୍ଥିନୀ ପାଇବେ ସେ ହିଁ ବିଜୟ ଲାଭ କରିବେ ବୋଲି ଏକପ୍ରକାର ନିଶ୍ଚିତ ବୋଲି ଜଣାପଡୁଛି । ଗତ କିଛି ବର୍ଷ ହେଲା ସରକାରଙ୍କ ମିଶନଶକ୍ତି ବିଭାଗ ବିଭିନ୍ନ ଶିଳ୍ପଠାରୁ ଆରମ୍ଭକରି ଅନେକ ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ସ୍ୱାବଲମ୍ବୀ କରାଇଛି । ଏମିତିକି କରୋନା ମହାମାରୀ ସମୟରେ ମହିଳାଙ୍କୁ ବିନା ସୁଧରେ ଋଣ , ସବ୍‌ସିଡି, ଅନେକ ପ୍ରକାରର ଯୋଜନାରେ ଅତ୍ମନିର୍ଭରଶୀଳ କରିବାକୁ ପ୍ରଶିକ୍ଷଣ , କୁକୁଡ଼ା ପାଳନଠାରୁ ଛେଳି ମେଣ୍ଢା ପାଳନ ନିମନ୍ତେ ସହାୟତା ଯୋଗାଇ ଦିଆଯାଇଛି । ଜୀବିକା ବିକଳ୍ପ ମାଧ୍ୟମରେ ଆୟ ଯୋଗାଇ ଦିଆଯାଇ ମହିଳାଙ୍କୁ ସଶକ୍ତ କରାଯାଇଛି । ଚଳିତ ନିର୍ବାଚନରେ ଆଉ ଗୋଟିଏ ବଡ଼ କଥା ହେଲା ଏହି ନିର୍ବାଚନରେ ମହିଳାମାନଙ୍କ ପାଇଁ ୫୦ ପ୍ରତିଶତ ଆସନ ସଂରକ୍ଷିତ ହୋଇଥିବାରୁ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ଆଗ୍ରହ ଆହୁରି ଅଧିକ ବଢ଼ିଯାଇଥିବା ନେଇ ସାଧାରଣରେ ଆଲୋଚନା ହେଉଛି ।

hiranchal ad1
Leave A Reply

Your email address will not be published.

two + 15 =