ଗ୍ରାମ୍ୟ ଜଙ୍ଗଲକୁ ନେଇ ବିବାଦ, ତିନିଗ୍ରାମର ଗ୍ରାମବାସୀ ମୁହାଁମୁହିଁ

0 220

ଦଶପଲ୍ଲା,୧୦/୫ : ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ଗ୍ରାମ ପଂଚାୟତ ଅନ୍ତର୍ଗତ ତିନିଗୋଟି ଗ୍ରାମବାସୀଙ୍କ କିଛିଦିନ ହେବ ସ୍ଥାନୀୟ ଗ୍ରାମ୍ୟ ଜଙ୍ଗଲକୁ ନେଇ ବିବାଦ ଲାଗିରହିଥିବା ବେଳେ ଏ ନେଇ ତିନିଗ୍ରାମର ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି । ସୂଚନା ମୁତାବକ ଗତ ୨୦୧୫ ମସିହାରେ ଗ୍ରାମ୍ୟ ଜଙ୍ଗଲ ପାଇଁ ଦଶପଲ୍ଲା ରେଞ୍ଜ ବାଣୀଗୋଛା ବନାଞ୍ଚଳ ଅଧିନରେ ଥିବା ବ୍ରାହ୍ମଣୀଦେଇ ଓ ରୁଗୁମା ପାହାଡ଼କୁ ବାଣୀବିରି ଓ ଜାନୀପଦର ଦୁଇଗ୍ରାମ , ଏକ ଜଙ୍ଗଲ ସୁରକ୍ଷା କମିଟି ଗଠନ କରି ଦୀର୍ଘ ଦିନ ହେବ ସୁରକ୍ଷା ଦେଇଆସୁଛନ୍ତି । ଆଜି ସକାଳୁ ଗୁରୁହା ଗ୍ରାମର ଏକାଧିକ ମହିଳା ଓ ପୁରୁଷ ଉକ୍ତ ଜଙ୍ଗଲକୁ ଟାଙ୍ଗିଆ କଟୁରି ସାଙ୍ଗରେ ନେଇ ପଶିିଥିଲେ । କିଛି ସମୟ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେବାପରେ ଗୁର୍‌ହା ଗ୍ରାମବାସୀ ୩ହଳ କାଠ ନେଇଯାଇଥିଲେ । । ତିନି ଗୋଟି ଗ୍ରାମ ମଧ୍ୟରେ ଗ୍ରାମ୍ୟଜଙ୍ଗଲକୁ ନେଇ ଉଭୟ ପକ୍ଷରୁ ମୁହାଁମୁହିଁ ପରିସ୍ଥିତି ହେବାସହ ଉତ୍ତେଜନା ଦେଖାଦେଇଥିଲା । ସୂଚନାଯୋଗ୍ୟ ଯେ ୨୦୧୬ ମସିହାରେ ଗ୍ରାମ୍ୟଜଙ୍ଗଲ ବିଭାଜନ ହେଲା ପରେ ମଧ୍ୟ ଏଥିରେ ସନ୍ତୁଷ୍ଟ ନଥିଲେ ଦୁଇଗ୍ରାମବାସୀ । ସମୁଦାୟ ୫୬ ଏକର ଗ୍ରାମ୍ୟ ଜଙ୍ଗଲ ପ୍ରକୃତରେ କାହା ଅଧୀନରେ ଯାଉଛି ତାହାକୁ ନେଇ ଅସନ୍ତୋଷ ବଢୁଛି । ପ୍ରତିବର୍ଷ ଜଙ୍ଗଲରୁ କଂଚା ଗଛ ମାରି ଜାଳେଣି ପାଇଁ କାଠ ନେବା ସମୟରେ ତିନି ଗାଁ ମଧ୍ୟରେ ମୁହାଁମୁହିଁ ହେଉଥିବା ଦେଖାଯାଉଛି । ଘଟଣା ସ୍ଥଳରେ ବାଣୀଗୋଛା ପୋଲିସ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ । ଏହି ସମସ୍ୟାର ସ୍ଥାୟୀ ସମାଧାନ ସକାଶେ ବାରମ୍ବାର ଦାବୀ ହେଉଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଅଣଦେଖା କରୁଥିବା ଅଭିଯୋଗ ହେଉଛି ।

hiranchal ad1
Leave A Reply

Your email address will not be published.

sixteen − 13 =