ପ୍ରଥମ ଦିନରେ ୨୧୯ ଜଣ ୱାର୍ଡ଼ସଭ୍ୟ, ୧୯ ଜଣ ସରପଞ୍ଚ, ୭ ଜଣ ସମିତି ସଭ୍ୟ ଏବଂ ୨ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ଦାଖଲ କଲେ ପ୍ରାର୍ଥୀପତ୍ର

0 59

ଦଶପଲ୍ଲା,୧୭/୧ : – ନୟାଗଡ଼ ଜିଲ୍ଲାରେ ଆଜି ନାମାଙ୍କନ ଦାଖଲ ଆରମ୍ଭ ହୋଇଛି । ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ୨୧୯ ଜଣ ୱାର୍ଡ଼ ସଭ୍ୟ, ୧୯ ଜଣ ସରପଞ୍ଚ, ୭ ଜଣ ସମିତି ସଭ୍ୟ ଏବଂ ୨ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ଆଜି ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି । ନୟାଗଡ଼ ବ୍ଲକରେ ସର୍ବାଧିକ ୨୨ ଜଣ ୱାର୍ଡ଼ ସଭ୍ୟ ନାମାଙ୍କନ ଦାଖଲ କରିଥିବାବେଳେ ନୂଆଗାଁ ବ୍ଲକରେ ୨୧ ଜଣ ୱାର୍ଡ଼ ସଭ୍ୟ, ୨ ଜଣ ସରପଞ୍ଚ ପାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ସେହିଭଳି ଭାବେ ଦଶପଲ୍ଲା ବ୍ଲକରେ ୧୬ ୱାର୍ଡ଼ ସଭ୍ୟ, ୪ ଜଣ ସରପଞ୍ଚ, ୩ ଜଣ ସମିତି ସଭ୍ୟ ପାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଗଣିଆ ବ୍ଲକରେ ୮ ଜଣ ୱାର୍ଡ଼ ସଭ୍ୟ ନାମାଙ୍କନ ଦାଖଲ କରିଛନ୍ତି । ଖଣ୍ଡପଡ଼ା ବ୍ଲକରେ ୪୦ ଜଣ ୱାର୍ଡ଼ ସଭ୍ୟ, ଜଣେ ସମତି ସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ସୂଚନା ମିଳିଛି । ଭାପୁର ବ୍ଲକରେ ୪୨ ଜଣ ୱାର୍ଡ଼ ସଭ୍ୟ, ୩ ଜଣ ସରପଞ୍ଚ, ଜଣେ ସମିତି ସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ରଣପୁର ବ୍ଲକରେ ୨୩ ଜଣ ୱାର୍ଡ଼ସଭ୍ୟ, ୮ ଜଣ ସରପଞ୍ଚ ପ୍ରାର୍ଥୀ, ଜଣେ ସମିତି ସଭ୍ୟ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଥିବା ସୂଚନା ମିଳିଛି ଓଡ଼ଗାଁ ବ୍ଲକରେ ୪୭ ଜଣ ୱାର୍ଡ଼ସଭ୍ୟ, ୨ ଜଣ ସରପଞ୍ଚ ଏବଂ ଜଣେ ସମିତି ସଭ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦୁଇ ଜଣ କଂଗ୍ରେସ ପ୍ରାର୍ଥୀ ଜିଲ୍ଲା ପରିଷଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଓଡଗାଁ ବ୍ଲକର ଜୋନ ନମ୍ବର ୧ ଜିଲ୍ଲା ପରିଷଦ ଆସନ ପାଇଁ ପ୍ରାର୍ଥୀ ଜ୍ୟୋସ୍ନାରାଣୀ ନାୟକ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ୩ ନମ୍ବର ଜୋନ ପାଇଁ ସସ୍ମିତା ଦାଶ ତାଙ୍କର ପ୍ରାର୍ଥୀପତ୍ର ଉପଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିଛନ୍ତି ।

hiranchal ad1
Leave A Reply

Your email address will not be published.

1 × 4 =