ଦଶପଲ୍ଲା,୧୪/୮ : – ନୟାଗଡ ଜିଲ୍ଲାରେ କରୋନାର ପ୍ରଭାବ ଧିରେଧିରେ ହ୍ରାସ ଘଟୁଥିଲାବେଳେ, ଜିଲ୍ଲାରେ ଆଜି ନୂଆ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଜିଲ୍ଲାରେ ସକ୍ରିୟ ମାମଲା ୨୫୩ ବୋଲି ଜଣାଯାଇଛି । ନୟାଗଡ ଜିଲ୍ଲାରୁ ଆଜି କରୋନା ମୃତ୍ୟୁ ସଂଖ୍ୟା, ଲୋକଙ୍କ ମଧ୍ୟରେ ଚମକାଇବା ଭଳି ସ୍ଥିତି ସୃଷ୍ଟି କରିଛି । ଜିଲ୍ଲାରୁ ୧୨ ଜଣଙ୍କ ମୃତ୍ୟୁ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଫଳରେ ଜିଲ୍ଲାରେ ମୋଟ ୧୭୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ କରୋନା ଆକ୍ରାନ୍ତ ହୋଇ ଅନ୍ୟ ରୋଗରେ ମୃତ୍ୟୁବରଣ କରିଥିବା ଜଣାଯାଇଛି ।