ବୌଦ୍ଧ: ଜିଲ୍ଲାସ୍ତରୀୟ ୭୫ ତମ ସ୍ୱାଧୀନତା ଦିବସ ପାଳିତ

0 218

ବୌଦ୍ଧ,୧୫/୮- ଆଜି ସ୍ଥାନୀୟ ପ୍ୟାରେଡ ପଡିଆରେ ୭୫ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ବୌଦ୍ଧ ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ମୁଖ୍ୟଅତିଥି ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ବୌଦ୍ଧ ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାନ୍ତି ସମ୍ମାନିତ ଅତିଥି ଭାବେ ଏହି ସମାରୋହରେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ତାଙ୍କ ଅଭିଭାଷଣରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ଆହ୍ୱାନ ଦେଇଥିବା ବେଳେ ସ୍ୱାଧୀନତାର ୭୫ ବର୍ଷ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ କରିଥିବା ଦେଶ ତଥା ରାଜ୍ୟର ଅଗ୍ରଗତି ସମ୍ବନ୍ଧରେ ସୂଚନା ଦେଇଥିଲେ । ସ୍ୱାଧୀନତା ଦିବସ ଉପଲକ୍ଷେ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିବା କୁଇଜ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ଏ ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ସର୍ବାଧିକ ରକ୍ତଦାନ କରିଥିବା ଦୁଇଜଣ ସର୍ବଶ୍ରୀ ସଞ୍ଜୟ କୁମାର ପଣ୍ଡା, ଦେବାଶିଷ ପୁରୋହିତ ଏବଂ ରକ୍ତଦାନ ଶିବିର ମାଧ୍ୟମରେ ସର୍ବାଧିକ ରକ୍ତ ସଂଗ୍ରହ କରିଥିବା ଓଡିଶା ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ବୌଦ୍ଧ ସଂଯୋଜକ ଶ୍ରୀ ମୃତ୍ୟୁଞ୍ଜୟ ମିଶ୍ର ତଥା ଜିଲ୍ଲାର କୋଭିଡ ଯୋଦ୍ଧା ମାନଙ୍କୁ ଏହି ଅବସରରେ ମୁଖ୍ୟଅତିଥି ସମ୍ମାନିତ କରିଥିଲେ । ମହାମାରୀ କରୋନା ଭୂତାଣୁ ଏବଂ ସରକାରଙ୍କ ନିୟମକୁ ପାଳନ କରି ଚଳିତବର୍ଷ ସାମୁହିକ ପ୍ୟାରେଡ ହୋଇନଥିବାବେଳେ କୋଭିଡ କଟକଣା ମଧ୍ୟରେ ଆୟୋଜିତ ସ୍ୱାଧୀନତା ଦିବସରେ ମାତ୍ର ଦୁଇଟି ପୋଲିସ ଦଳ ଭାଗ ନେଇଥିଲେ । ଏହି ଉତ୍ସବରେ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ମାନ୍ୟଗଣ୍ୟବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ବିଭାଗୀୟ କର୍ମଚାରୀ, କୋଭିଡ ଯୋଦ୍ଧା ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

hiring

ପ୍ରତ୍ୟୁଷରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ରାମଧୂନ ପ୍ରଚାର ଗାଡି ସହର ପରିକ୍ରମା କରିଥିଲା । ସକାଳ ୭ଟାରେ ସମସ୍ତ ସରକାରୀ ଓ ବେସରକାରୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଗୁଡିକରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ସକାଳ ୮ଟାରେ ମୁଖ୍ୟଅତିଥି ସହରର ସମସ୍ତ ଛକ ମାନଙ୍କରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ ସ୍ଥାନୀୟ ଟାଉନହଲ ଠାରେ ଜିଲ୍ଲା ପୋଲିସ ଦ୍ୱାରା ଆୟୋଜିତ ଏକ ରକ୍ତଦାନ ଶିବିର, ବୌଦ୍ଧ ମ୍ୟୁଜିୟମ ଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ପ୍ରସ୍ତୁତ ପର୍ଯ୍ୟାବରଣ ଅନୁକୂଳ ରାକ୍ଷୀ ଷ୍ଟଲ “ନିଆରା ରାକ୍ଷୀ ସମ୍ଭାର’, ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଠାରେ ୧୦ ଶଯ୍ୟା ବିଶିଷ୍ଟ ଜେରୀଆଟ୍ରିକ ୱାର୍ଡ ଏବଂ ସଦର ବ୍ଲକ କାର୍ଯ୍ୟାଳୟ ଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ତିଆରି ଆଂଚଳିକ ଖାଦ୍ୟ ପ୍ରଦର୍ଶନୀ “ଲେଥା’ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

twenty − ten =