ହୋମିଓପ୍ୟାଥିକ ଚିକିତ୍ସାଳୟରେ ଝୁଲୁଛି ତାଲା

0 100

ଗଣିଆ,୯/୧୦- ସରକାର ସ୍ୱାସ୍ଥ୍ୟସେବା ପାଇଁ ଅନେକ ଯୋଜନାମାନ କରୁଛନ୍ତି । ଅନେକ ସ୍ଥାନରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡିଛି । ମାସମାସ ଧରି ଚିକିତ୍ସାଳୟକୁ ଡାକ୍ତର ଆସୁନାହାନ୍ତି । ଫଳରେ ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଗଣିଆ ବ୍ଲକ ବେଲପାଟଣାରେ ଥିବା ସରକାରୀ ହୋମିଓପ୍ୟାଥିକ ଚିକିତ୍ସାଳୟରେ । ୧୯୭୧ ମସିହାରେ ନିର୍ମିତ ଏହି ଚିକିତ୍ସାଳୟରେ ଜଣେ ଡାକ୍ତର, ଜଣେ ଆସିଷ୍ଟାଣ୍ଟ ଓ ଜଣେ ସୁଇପର କାର୍ଯ୍ୟ କରୁଛନ୍ତି । ତେବେ ଗତ ମାର୍ଚ୍ଚମାସ ଠାରୁ ଏଠାରେ ଥିବା ଡାକ୍ତର ଚିକିତ୍ସାଳୟକୁ ଆସୁନଥିବାର ଅଭିଯୋଗ ହୋଇଛି । ଉକ୍ତ ଚିକିତ୍ସାଳୟ ଉପରେ ଗଣିଆ, ବେଲପଡା, ୱାଲିପୁର, ବିଜୟନଗର, ରାଉତପଡା ଆଦି ଗ୍ରାମର ହଜାର ହଜାର ଲୋକ ନିର୍ଭର କରନ୍ତି । ତେବେ ଡାକ୍ତର ଆସୁନଥିବାରୁ ଲୋକମାନେ ଔଷଧ ପାଇବାରୁ ବଞ୍ଚିତ ହେଉଛନ୍ତି । ଏହି ଚିକିତ୍ସାଳୟ ଚାରିପାଖରେ ଅନାବନା ଗଛଲତା ଉଠିଗଲାଣି । ଡାକ୍ତର କୋଭିଡ ଡ୍ୟୁଟିରେ ଅଛନ୍ତି ବୋଲି ସୁଇପର କହୁଛନ୍ତି । ନୂଆ ଆସିଷ୍ଟାଣ୍ଟ ଡେପୁଟେସନରେ ଥିବାରୁ ଇଛା ହେଲେ ଆସନ୍ତି ନହେଲେ ନାହିଁ ବୋଲି ସାମାଜିକ କର୍ମୀ ରାଜକିଶୋର ସାହୁ ଅଭିଯୋଗ କରିଛନ୍ତି । ଜିଲ୍ଲାପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

sixteen − seven =