ମହାବୀର କ୍ଷେତ୍ରରେ ଲଙ୍କାପୋଡ଼ି ଯାତ୍ରା : ତାଡ଼କା ବଧ, ସୀତା ବିବାହ ମଞ୍ଚସ୍ଥ

0 121

ଦଶପଲ୍ଲା : ଲଙ୍କାପୋଡ଼ି ଯାତ୍ରାର ଦ୍ୱିତୀୟ ଦିବସରେ ଶ୍ରୀ ଶ୍ରୀ ରଘୁନାଥଜୀଉଙ୍କ ମନ୍ଦିରରେ ଦିବା ସମୟେ ବିବାହ ନୀତି ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ମଂଚରେ ପ୍ରଥମେ ସିଦ୍ଧବନରେ ଋଷିମାନଙ୍କ ଯାଗରକ୍ଷା ଓ ସେଠାରେ ତାଡ଼କୀ ଅସୁରୀ ଓ ତାହାର ଦୁଇପୁତ୍ର ସୁବାହୁ ଓ ମାରିଚ ଅତ୍ୟାଚାର ପରିବେଷିତ ହୋଇଥିଲା । ସେତିକି ବେଳେ ଶୂନ୍ୟବାଣୀ ହେଲା ଯେ, ଦଶରଥ ନନ୍ଦନ ଶ୍ରୀରାମ ଓ ଲକ୍ଷ୍ମଣ ଅସୁରମାନଙ୍କୁ ନିଧନ କରିବେ ।

hiring

ମହର୍ଷି ବିଶ୍ୱାମିତ୍ର ତଦନ୍ତେ ଅଯୋଧ୍ୟା ଗମନକରି ରାଜା ଦଶରଥଙ୍କୁ ସବୁକଥା କହି ଶ୍ରୀରାମ ଲକ୍ଷ୍ମଣଙ୍କୁ ଆଣି ସିଦ୍ଧବନରେ ତାତ୍ୱିକୀ ଓ ସୁବାହୁକୁ ବଧ କରନ୍ତି । ମାରିଚକୁ ପବନ ଶରରେ ଶତ ଯୋଜନାକୁ ଉଡ଼ାଇ ଦିଅନ୍ତି । ସେଠାରେ ଋଷିମାନଙ୍କ ଯଜ୍ଞକର୍ମ ସମାପନ ହୁଏ ଏବଂ ବିଶ୍ୱାମିତ୍ର ଶ୍ରୀରାମ ଲକ୍ଷ୍ମଣଙ୍କୁ ବିଭିନ୍ନ ଦିବ୍ୟାସ୍ତ୍ର ପ୍ରଦାନ କରନ୍ତି । ସେହି ସମୟରେ ଜନକ ଆପଣାର ପୁତ୍ରୀ ସୀତାଙ୍କ ନିମନ୍ତେ ସ୍ୱୟମ୍ବର ଆହ୍ୱାନ କରିଥିବା ଜାଣି ବିଶ୍ୱାମିତ୍ର ଶ୍ରୀରାମ ଲକ୍ଷ୍ମଣଙ୍କୁ ନେଇ ଜନକ ପୁରୀ ମିଥୁଳା ଯାତ୍ରା କରନ୍ତି । ବାଟରେ ପାଷାଣ ଅହଲ୍ୟା ଉଦ୍ଧାର କରି ଗଙ୍ଗାପାର ହୋଇ ମିଥିଳା ଯାଆନ୍ତି । ସେଠାରେ ଶିବଧନୁ ଭଗ୍ନ କରିବା ପରେ ସୀତା ଶ୍ରୀରାମଙ୍କୁ ବରଣ କରନ୍ତି । ଏହି ସୁସମ୍ବାଦ ପାଇ ଦଶରଥ ସଦଳବଳେ ଅନ୍ୟ ପୁତ୍ରମାନଙ୍କୁ ନେଇ ମିଥୁଳା ଗମନ କରନ୍ତି ।

ସେଠାରେ ମୁନୀ ଋଷିଙ୍କ ଉପଦେଶ ଅନୁଯାୟୀ ଶ୍ରୀରାମ ସୀତା, ଭରତ ମାଣ୍ଡବି, ଲକ୍ଷ୍ମଣ ଉର୍ମିଳା ଓ ଶତ୍ରୁଘ୍ନ ଶ୍ରୁତକିର୍ତ୍ତିଙ୍କ ସହିତ ବିବାହ ସଂପନ୍ନ କରିବା ପରେ ଅଯୋଧ୍ୟା ପ୍ରତ୍ୟାର୍ତ୍ତନ ବାଟରେ ଶ୍ରୀ ଶ୍ରୀ ପର୍ଶୁରାମ ପଥରୋଧ କରିବା ବେଳେ ଶ୍ରୀରାମ ଚନ୍ଦ୍ର ତାଙ୍କର କଳା ହରଣ କରି ଦର୍ପଚୂର୍ଣ୍ଣ କରନ୍ତି । ତାପରେ ପୁତ୍ର ଓ ପୁତ୍ର ବଧୂ ମାନଙ୍କୁ ନେଇ ରାଜା ଦଶରଥ ମହା ଆଡ଼ମ୍ବରରେ ଅଯୋଧାରେ ପହଂଚିବା ନୀଳାଭିନୟ ହୋଇଥିଲା ।

hiranchal ad1
Leave A Reply

Your email address will not be published.

1 × 5 =