ଆଉ ୭୫ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

0 126

ଭୁବନେଶ୍ୱର : ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଯେତେ ପରିମାଣରେ ବିଗିଡି ଯାଉଛି ତାହା ଏକ ଭୟର ବାତାବରଣ ସୃଷ୍ଟି କରିଥିବା ବେଳେ ପ୍ରତିଦିନ କିଛି ନା କିଛି କରୋନା ରୋଗୀ ସୁସ୍ଥ ହେଉଥିବାର ଖବର ଆସୁଥିବାରୁ ଏହା ମଧ୍ୟ ଅନେକ ପରିମାଣରେ ଭୟକୁ ଦୂରେଇ ଦେଉଛି । ଏହାରି ଭିତରେ ଆଜି ପୁଣି ଏକ ଭଲ ଖବର ଆସିଛି । ଯାହା ପୁଣି ୭୫ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଯାଜପୁର ଜିଲ୍ଲାର ୨୫, ଗଞ୍ଜାମରୁ ୧୯, କଟକରୁ ୯, ପୁରୀରୁ ୮, ନୟାଗଡ ଓ କେନ୍ଦ୍ରାପଡା ଜିଲ୍ଲାରୁ ୩ଜଣ ଲେଖାଏଁ, କେନ୍ଦୁଝର, ବୌଦ୍ଧ, ସମ୍ବଲପୁର ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ସୁସ୍ଥ ହୋଇଥିବା ବେଳେ ଏ ପର୍ଯ୍ୟନ୍ତ ମୋଟ ୮୮୭ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅନ୍ୟ ପକ୍ଷରେ ଆଜି ସକାଳେ ପୁଣି ୬୭ଜଣ କରୋନା ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

nineteen − twelve =