ରାଜ୍ୟର ପ୍ରଥମ ବସ୍‌ଭାବେ ବୌଦ୍ଧ ଆସିଥିଲା ମିନାର ବସ୍‌‌

0 1,940

ବୌଦ୍ଧ:ରାଜ୍ୟସରକାରଙ୍କ ପରିବହନ ବିଭାଗ ଓ ରାଜ୍ୟବସ୍ ମାଲିକ ସଂଘର ବୁଝାମଣା ପରେ ଗୁରୁବାର ସକାଳୁ କିଛି ଘରୋଇ ବସ୍ ସେମାନଙ୍କର ରୁଟ୍‌ରେ ଯାତ୍ରା ଆରମ୍ଭ କରିଥିଲେ । କାଲି ସକାଳୁ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡରୁ ପ୍ରଥମ ବସ୍ ଭାବରେ ମିନାର ବୌଦ୍ଧ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଏଥିରେ ବରମୁଣ୍ଡାରୁ ୧୫ଜଣ ଯାତ୍ରୀ ଯାତ୍ରା ଆରମ୍ଭ କରିଥିବା ଜଣାପଡିଛି । ଯାତ୍ରା ପୂର୍ବରୁ ବସ୍‌କୁ ସାନିଟାଇଜ କରାଯାଇଥିବା କଣ୍ଡକ୍ଟର ପ୍ରକାଶ କରିଥିଲେ । ଅପରାହ୍ନରେ ମିନାର ବୌଦ୍ଧ ବସଷ୍ଟାଣ୍ଡରେ ପହଞ୍ଚିବା ପରେ ରାତି ୯ଟାରେ ବୌଦ୍ଧରୁ ପାସେଞ୍ଜର ନେଇ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲା ।
ସେହିପରି ବୌଦ୍ଧଜିଲ୍ଲା ଘରୋଇ ବସମାଲିକ ସଂଘ ମଧ୍ୟ ସରକାରଙ୍କ ବସ୍ ଚଳାଚଳ ନିଷ୍ପତ୍ତିକୁ ସମର୍ଥନ କରିଛି । ବିଭିନ୍ନ ରୁଟରେ ବସ ଚଳାଇବା ପାଇଁ ପ୍ରସ୍ତୁତ ଥିବା ଜଣାପଡିଛି । ବୌଦ୍ଧ ବସଷ୍ଟାଣ୍ଡରେ ଲକଡାଉନ ସମୟରେ ଅସ୍ଥାୟୀ ବଜାର ବସା ଯାଉଥିବାରୁ ତାହାକୁ ସ୍ଥାନାନ୍ତର ପାଇଁ ବୌଦ୍ଧଗଡ ଏନଏସି ଉଦ୍ୟମ ଆରମ୍ଭ କରିଛି । ବସଷ୍ଟାଣ୍ଡ ଖାଲିହେଲେ ବସ୍ ପାର୍କିଂ ଓ ଯାତ୍ରୀଙ୍କ ସୁବିଧା ହେବ ବୋଲି ଘରୋଇ ବସ୍ ମାଲିକ ସଂଘ ଆଶାରଖିଛି ।

hiranchal ad1
Leave A Reply

Your email address will not be published.

5 × four =