ନିଜ ପତ୍ନୀ ଓ ଛୁଆମାନଙ୍କୁ କ୍ୱାରେଣ୍ଟାଇନରେ ପଠାଇଲେ ସ୍ୱାମୀ

0 103

ସମ୍ବଲପୁର : କରୋନା ସଂକ୍ରମଣ ବିଷୟରେ ସଚେତନତାର ସ୍ତର ଏତେ ବଢିଛି ଯେ ଏଠାରେ ଜଣେ ସ୍ୱାମୀ ନିଜ ପତ୍ନୀ, ପୁଅ ଓ ଝିଅ ଙ୍କୁ କ୍ୱାରେଣ୍ଟାଇନ ସେଣ୍ଟର ପଠାଇ ସମାଜ ପାଇଁ ଉଦାହରଣ ପ୍ରସ୍ତୁତ କରିଛନ୍ତି । ଏହି ଘଟଣା ଟି ସ୍ଥାନୀୟ କ୍ଷେତରାଜପୁର ପୁଲିସ ଥାନା ଅନ୍ତର୍ଗତ ଚନ୍ଦନନଗର ରେ ଘଟିଛି । ଗୃହସ୍ୱାମୀଙ୍କ ସ୍ତ୍ରୀ ସହିତ ପୁଅ (୧୩) ଓ ଝିଅ(୭) ଲକଡାଉନ ସମୟରେ ପଶ୍ଚିମବଙ୍ଗରେ ଫଶି ରହି ଯାଇଥିଲେ ଓ ଆସିବା ପାଇଁ କୋହଳ ଘୋଷଣା ହେଲା ପରେ ସେମାନେ ଗତ ବୁଧବାର ଦିନ ସକାଳେ ଗୋଟିଏ ଗାଡି ଭଡାକରି ସମ୍ବଲପୁର ଫେରିଥିଲେ । ଏଠାରେ ସେମାନଙ୍କ ପହଞ୍ଚିଲା କ୍ଷଣି ସ୍ୱାମୀ ଫୋନକରି ଏହି ବିଷୟରେ ପୁଲିସ ଓ ପ୍ରଶାସନକୁ ଜଣାଇଥିଲେ । ଖବର ପାଇ ସେ ତିନି ଜଣଙ୍କୁ ନେଇ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯାଇଛି । ସେମାନଙ୍କ ଦେହରେ ରୋଗର କୌଣସି ଲକ୍ଷଣ ଦେଖା ଯାଇନଥିଲା, ତଥାପି ସେମାନଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯିବ ବୋଲି କୁହାଯାଇଛି ।

hiranchal ad1
Leave A Reply

Your email address will not be published.

15 − thirteen =