୫ ଲକ୍ଷ କ୍ୟୁସେକରୁ ଊର୍ଦ୍ଧ୍ୱ ଜଳରାଶି ପ୍ରବେଶ ଯୋଗୁଁ ହୀରାକୁଦ ଜଳଭଣ୍ଡାରର ସ୍ଥିତି ଗମ୍ଭୀର

0 184

ସମ୍ବଲପୁର:ଗତ କିଛିଦିନ ଧରି ଲଘୁଚାପଜନିତ ନିରନ୍ତର ବର୍ଷା ଫଳରେ ହୀରାକୁଦ ଜଳଭଣ୍ଡାରକୁ ଉପରମୁଣ୍ଡରୁ ପ୍ରାୟ ୫ଲକ୍ଷ ରୁ ଅଧିକ ପରିମାଣରେ ବନ୍ୟାଜଳ ପ୍ରବେଶ କରୁଥିବା ସହିତ ତଳେ ମହାନଦୀରେ ବନ୍ୟା ପରିସ୍ଥିତି ଯୋଗୁଁ ଜଳ ନିଷ୍କାସନରେ କଟକଣା ରହିଛି, ଏଣୁ ବର୍ତ୍ତମାନ ହୀରାକୁଦ ବନ୍ଧ ଏକ ଗମ୍ଭୀର ସ୍ଥିତି ଦେଇ ଗତି କରୁଛି । ଏ ବିଷୟରେ ହୀରାକୁଦ ନିୟନ୍ତ୍ରଣ ପ୍ରକୋଷ୍ଠରୁ ମିଳିଥିବା ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ୧୨ଟା ସମୟରେ ଏହାର ଜଳସ୍ତର ୬୨୧.୦୬ ଫୁଟ ରହିଥିଲା । ଏହି ସମୟରେ ଉପରମୁଣ୍ଡରୁ ଜଳଭଣ୍ଡାରକୁ ୫ ଲକ୍ଷ, ୩୦ ହଜାର ୫୮୩ କ୍ୟୁସେକ ଜଳରାଶି ପ୍ରବେଶ କରୁଥିଲା ତଥା ବାମପଟ ୮ ଓ ଦକ୍ଷିଣ ପଟର ୪ ସହିତ ମୋଟ ୧୨ ଟି ସ୍ଲୁଇସଗେଟ ଜରିଆରେ ଦୁଇ ଲକ୍ଷ ୪ ହଜାର ୭୧୪ କ୍ୟୁସେକ ଜଳରାଶି ନିଷ୍କାସନ କରାଯାଉଥିଲା । ଏହିପରି ଏକାସାଙ୍ଗରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଜଳରାଶି ପ୍ରବେଶ ଯୋଗୁଁ ଏହି ଜଳଭଣ୍ଡାରର ଜଳସ୍ତର ଦୃତଗତିରେ ବଢ଼ିଚାଲିଛି, କିନ୍ତୁ ତଳ ମହାନଦୀ ବିଭିନ୍ନ ସ୍ଥାନରେ ଉଛୁଳି ପଡୁଥିବାରୁ ବର୍ତ୍ତମାନ ଅଧିକ ଜଳରାଶି ନିଷ୍କାସନ କଲେ ସାଙ୍ଘାତିକ ସ୍ଥିତିର ଆଶଙ୍କା ରହିଛି । ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳସ୍ତର ୬୩୦ ଫୁଟ ପର୍ଯ୍ୟନ୍ତ ଧାରଣ କ୍ଷମତା ରହିଛି ଓ ଏଥିପାଇଁ ଆଉ ମାତ୍ର ୯ ଫୁଟ ସ୍ଥାନ ରହିଛି, ଏଣୁ ଅଧିକ ସମୟ ପର୍ଯ୍ୟନ୍ତ ଜଳ ନିଷ୍କାସନକୁ ଅଟକାଇ ରଖାଯିବାରେ ସନ୍ଦେହ ରହିଛି ।

hiranchal ad1
Leave A Reply

Your email address will not be published.

6 + 9 =