ସୁବର୍ଣ୍ଣପୁର :ନୂଆଁଖାଇ ପାଇଁ କରୋନା କଟକଣା କୋହଳ

0 193

ସୁବର୍ଣ୍ଣପୁର :ଚଳିତ ବର୍ଷର ଗଣେଶ ପୂଜା ଓ ନୂଆଁଖାଇ ପାଇଁ ଜିଲ୍ଲାରେ ଜାରି କରାଯାଇଥିବା କିଛି ପୁରୁଣା କଟକଣା କୁ ଜିଲ୍ଲାପାଳ ମୋନିଷା ବାନାର୍ଜୀ ତାଙ୍କ କାର୍ଯ୍ୟାଳୟ ର ପତ୍ର ସଂଖ୍ୟା ୧୭୦୮/୨୦,୮,୨୦ ଅନୁସାରେ କୋହଳ କରିଛନ୍ତି। ପୂର୍ବରୁ ଥିବା ଶନିବାର ଓ ରବିବାର ର ସଟଡାଉନ କୁ କୋହଳ କରିଛନ୍ତି । ଗଣେଷ ପୂଜା ଓ ତାପରଦିନ ନୂଆଁଖାଇ ପାଳନ ହେତୁ ଜିଲ୍ଲା ବାସୀଙ୍କ ସୁବିଧା ପାଇଁ ଏ କଟକଣା କୁ କୋହଳ କରାଯାଇଥିଲେ ହେଁ ସମସ୍ତ ସ୍କୁଲ କଲେଜରେ ବା ସର୍ବସାଧାରଣ ସ୍ଥାନରେ ଗଣେଶ ପୂଜା କୁ ସଂପୂର୍ଣ୍ଣ ବାରଣ କରାଯାଇଥିବା ବେଳେ ପରିବାର ମଧ୍ୟରେ ସାମାଜିକ ଦୂରତା ଅବଲମ୍ବନ ପୂର୍ବକ ଏହାକୁ ପାଳନକରିବା ପାଇଁ ଓ ନୂଆଁଖାଇ ହେତୁ ବଜାର ଘାଟରେ କୌଣସି ସ୍ଥାନରେ ୭ଜଣରୁ ଅଧିକ ଭିଡ ନକରିବାକୁ ପରାମର୍ଶ ଦେଇଛନ୍ତି। ସେହିପରି ନୂଆଁଖାଇ ପରଦିନ ସାମୁହିକ ଭୋଜିଭାତ ବା ସାଂସ୍କୃତିକ କାର୍ଯ୍ୟକ୍ରମ ମାନଙ୍କୁ ମଧ୍ୟ ସଂପୂର୍ଣ୍ଣ ବାରଣ କରାଯାଇଛି। ଏସବୁ ନିୟମରେ ଯଦି କେହି ଖିଲାପ କରନ୍ତି ତେବେ ତାଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ତାଙ୍କ ଆଦେଶ ରେ ସ୍ପଷ୍ଟ ଉଲ୍ଲେଖ କରିଛନ୍ତି। ଜିଲ୍ଲାପାଳ ଙ୍କ ଗତକାଲି ର ଏହି ଆଦେଶ ଫଳରେ ନୂଆଁଖାଇ ପାଳନକୁ ନେଇ ଜିଲ୍ଲାବାସୀ ଙ୍କର ମନରେ ଥିବା ସମସ୍ତ ସଂଶୟ ଦୁର ହୋଇଥିବା ପରିଲକ୍ଷିତ ହୋଇଛି।

hiranchal ad1
Leave A Reply

Your email address will not be published.

19 + seven =