ଦଶପଲ୍ଲା ରାଜମାତାଙ୍କ ପରଲୋକ

0 82

ଦଶପଲ୍ଲା : ଶନିବାର ପ୍ରତ୍ୟୁଷ ୪ ଘଣ୍ଟା ସମୟରେ ଦଶପଲ୍ଲାର ରାଜମାତା କମଳ କୁମାରୀ ଦେଓଭଞ୍ଜଙ୍କ ୱ୍ୟାଲଟିୟର ( ବିଶାଖା ପାଟଣା) ସୂର୍ୟବାଗ୍ ପ୍ୟାଲେସରେ ୯୪ ବର୍ଷ ବୟସରେ ପରଲୋକ ଘଟିଛି। ସେ ହେଉଛନ୍ତି ଶେଷ ରାଜମାତା। ସେ ୧୭ ତମ ଦଶପଲ୍ଲାର ରାଜାସାହେବ୍ ପୂର୍ଣ୍ଣଚନ୍ଦ୍ର ଦେଓଭଞ୍ଜ ( ପୂର୍ବ ଭୁବନେଶ୍ୱର ସାଂସଦ) ଙ୍କୁ ବିବାହ କରିଥିଲେ। ତାଙ୍କ ବିୟୋଗରେ ଦଶପଲ୍ଲା ରାଜା ସାହେବ୍ ଦିଗ୍ ବଳୟଚନ୍ଦ୍ର ଦେଓଭଞ୍ଜ ଓ ରାଣୀ ପ୍ରଭାବତୀ ଦେଓଭଞ୍ଜ ଗଭୀର ଭାବେ ମର୍ମାହତ ହୋଇ ପଡିଛନ୍ତି। ଅନ୍ତିମ ଦର୍ଶନ ନିମନ୍ତେ ସୂର୍ୟାବାଗ ପ୍ୟାଲେସରେ ବଡ଼ ଝିଅ ପ୍ରୀତି ଦେଓଭଞ୍ଜ, ସ୍ୱା – ଭି କିଶୋର ସୂର୍ୟ୍ୟ ନାରାୟଣ ଦେଓ, ସାନ ଝିଅ ଉତରା ସିଂ, ସ୍ଵା – ମହିପାଲ ସିଂହଙ୍କ ସମେତ ରାଜା ଦିଗ୍ ବିଳୟ ଚନ୍ଦ୍ରଙ୍କ ଦୁଇ ପୁତ୍ର ଯୁବରାଜ ଜୟଦିପ୍ ଓ ରାଜଦିପ୍ ଉପସ୍ଥିତ ରହିଥିଲେ। ପୂର୍ଣ୍ଣ ରାଜକୀୟ ପରମ୍ପରା ଅନୁଯାୟୀ ବିଶାଖାପାଟଣା ଠାରେ ଶେଷକୃତ୍ୟ କରାଯାଇଥିବା ସୂଚନା ମିଳିଛି।

hiranchal ad1
Leave A Reply

Your email address will not be published.

15 − four =