ଦେବଗଡ଼,୩ା୧୦ : ପବିତ୍ର ଗାନ୍ଧୀଜୟନ୍ତୀ ଅବସରରେ ମନୋରମା କ୍ଲବ୍ ଆନୁକୁଲ୍ୟରେ ଦୁଇ ଦିନ ଧରି ସ୍ଥାନୀୟ ଇନ୍ଦିରାଗାନ୍ଧୀ ଷ୍ଟାଡ଼ିୟମ ଠାରେ ଚାଲିଥିବା ମନୋଜ ମେମୋରିଆଲ ଟୁର୍ଣ୍ଣାମେଂଟ ରବିବାର ଉଦ୍ଯାପିତ ହୋଇଯାଇଛି । ଟୁର୍ଣ୍ଣମେଂଟର ଫାଇନାଲ ମ୍ୟାଚ୍ରେ କୁଣ୍ଡାପିଠା ଓ ସୁଗୁଡ଼ା ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଫଳରେ ସୁଗୁଡ଼ା ଦଳ ଟ୍ରାଇବେକର ଜରୀଆରେ ୭-୫ ଗୋଲରେ କୁଣ୍ଡାପିଠା ଦଳକୁ ପରାସ୍ତ କରି ଚମ୍ପିଆନ ଷହାଇଛି । ମୁଖ୍ୟ ଅତିଥିଭାବେ ଼ି ଦେବଗଡ ବିଜେଡ଼ ଦଳର ନଗର ସଭାପତି ଶୁକଦେବ ଭଞ୍ଜ ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥିଭାବେ ସର୍ଜେଂଟ ଗୋବିନ୍ଦ ଚନ୍ଦ୍ର ମାରାଣ୍ଡି.ଜିଲ୍ଲା କ୍ରୀଡ଼ା ସଂସଦ କବାଡ଼ି ସଂପାଦକ ସୁବାସ ଚନ୍ଦ୍ର ଭୋଇ ତଥା ସ୍ୱର୍ଗତ ମନୋଜଙ୍କ ପିତା ହାଡ଼ିବନ୍ଧୁ ନାଏକ ପ୍ରମୁଖ ମଂଚାସୀନ ରହି ଖେଳାଳୀ ମାନଙ୍କୁ ଉତ୍ସାହୀତ କରିବା ସହ ଉଭୟ ଦଳକୁ ଟ୍ରଫି ପ୍ରଦାନ କରିଥିଲେ ।
ରେଫରୀ,ସୁଜିତ୍ ଝାଙ୍କର,ସୁଧିର ଦାସ,ମୁକୁନ୍ଦ ପ୍ରସାଦ ବେହେରା,କିଶୋର ବେହେରା,ପଦ୍ମଚରଣ ଗୁରୁ, ପ୍ରଶାନ୍ତ ଭୋଇଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ବରିଷ୍ଠ ଭାଷ୍ୟକାର ବେଣୁଧର ଗଡ଼ନାୟକ ଧାରା ବିବରଣୀ ପ୍ରଦାନ କରିଥିଲେ ।