ଦେବଗଡରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟକାର୍ଡ ବଣ୍ଟନ : ବିଭିନ୍ନ ପ୍ରକଳ୍ପ ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ

0 134

ଦେବଗଡ,୯/୧୦- ଦେବଗଡ ଜିଲ୍ଲାର ଜନସାଧାରଣଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ଉଦ୍ଦେଶ୍ୟରେ ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍‌ଚୁଆଲ ମୋଡ଼ ମାଧ୍ୟମରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ପ୍ରଦାନ କରିଛନ୍ତି । ଏହି ଅବସରରେ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଦେବଗଡ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ଗୃହ ଓ ଶକ୍ତି ବିଭାଗ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାଶ ଓ ଦେବଗଡ ବିଧାୟକ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ । ଏଥିରେ ଜିଲ୍ଲାର ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଓ କୋଠାବାଡି ନିମନ୍ତେ ୭୦୭ କୋଟି ଟଙ୍କାର ୫୮ ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୭,୮୬୧୫ କାର୍ଡ ଦେବଗଡ ଜିଲ୍ଲାର ୩ଟି ବ୍ଲକର ୭୦ଟି ପଞ୍ଚାୟତରେ ବଣ୍ଟନ କରାଯିବ ।

hiring

ଏହି କାର୍ଡ ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା । ଦେବଗଡ ଜିଲ୍ଲାର ବାରକୋଟ ବ୍ଲକର ୨୪ଟି ପଞ୍ଚାୟତରେ ୨୮,୦୬୯, ରିଆମାଳ ବ୍ଲକର ୨୬ଟି ପଞ୍ଚାୟତରେ ୨୭,୧୭୫ ଓ ତିଳେଇବଣି ବ୍ଲକର ୨୦ଟି ପଞ୍ଚାୟତରେ ୧୯,୮୬୨ କାର୍ଡ ବଣ୍ଟାଯିବାକୁ ଥିବାବେଳେ ଦେବଗଡ ପୌରପରିଷଦ ଅନ୍ତର୍ଗତ ୧୧ଟି ୱାର୍ଡରେ ୩,୫୦୯ଜଣ ହିତାଧିକାରୀଙ୍କୁ ଏହି କାର୍ଡ ପ୍ରଦାନ କରାଯିବ । ଉକ୍ତ କାର୍ଯ୍ୟକ୍ରମରେ ବିଏସକେୱାଇ ଯୋଜନା ସମ୍ପର୍କିତ ଭିଡିଓ ପ୍ରଦର୍ଶନ କରାଯିବା ସହ ବିଜୁ କଲ୍ୟାଣ ସ୍ୱାସ୍ଥ୍ୟ ରଥକୁ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାଶ ପତାକା ଦେଖାଇ ଉଦଘାଟନ କରିଥିଲେ ।

hiranchal ad1
Leave A Reply

Your email address will not be published.

four + 14 =