ଗାଧୋଇବା ବେଳେ ଭାସିଗଲେ ଦୁଇଭାଇ

0 166

ସୁବର୍ଣ୍ଣପୁର:  ଜିଲ୍ଲାର ଡୁଙ୍ଗୁରିପାଲି ବ୍ଲକ ବନ୍ଧପାଲି  ପଞ୍ଚାୟତ ଅନ୍ତର୍ଗତ ମାଝୀମୁଣ୍ଡା ଗ୍ରାମରେ  ଥିବା ଧର୍ମଦାଣ୍ଡି ନାଳରେ ଗାଧୋଉଥିବା ବେଳେ ଦୁଇଜଣ ବ୍ୟକ୍ତି ନିଖୋଜ ହୋଇ ଯାଇଥିବା ଜଣାପଡିଥିଲା,  ହେଲେ ଆଜି ବଡ଼ଭାଇ ଟିକେଶ୍ଵର ଙ୍କ ଶବ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ଜଣେ ଅଦ୍ୟାବଧି ନିଖୋଜ ଥିବା ଜଣାପଡ଼ିଛି। ନାଳ ରେ ଭାସିଯାଇଥିବା ଦୁଇଜଣ ବ୍ୟକ୍ତି ହେଉଛନ୍ତି ମାଝୀମୁଣ୍ଡା ଗ୍ରାମର ଦୁଇଭାଇ  ଟିକେଶ୍ୱର ବାରିକ (୩୫)  ଓ ନିରଞ୍ଜନ ବାରିକ (୩୦) l ବିଲରେ କାମ ସାରି ଦୁଇ ଭାଇ  ଧର୍ମଦାଣ୍ଡି ନାଲକୁ ଗାଧୋଇବାକୁ ଆସିଥିଲେ l ବଡ଼ ଭାଇ ଗାଧୋଉଥିବା ବେଳେ ପାଣି ଅଧିକ ଆସିଥିବାରୁ ଭାସି ଯାଉଥିବା ସାନ ଭାଇ ଦେଖିବା ପରେ ବଡ଼ ଭାଇକୁ ବଞ୍ଚାଇବାକୁ ଯାଇ ସାନ ଭାଇ ନାଳକୁ ଲମ୍ଫ ପ୍ରଦାନ କରି ସେ ମଧ୍ୟ  ଭାସି ଯାଇଥିଲେ l  ସ୍ଥାନୀୟ ଲୋକେ ଦୁଇ ଭାଇଙ୍କୁ ଭାସୁଥିବା ଦେଖିଥିଲେ ମଧ୍ୟ ପାଣିର ସ୍ରୋତ ଅଧିକ ଥିବାରୁ ଲୋକେ ଉଦ୍ଧାର କରିବା ସାହସ ନ ହେବାରୁ ଅଗ୍ନିଶମ ବାହିନୀ କୁ ଖବର ଦେଇଥିଲେ l ଖବର ପାଇ ଅଗ୍ନିଶମ ବିଭାଗ ଘଟଣା ସ୍ଥଳକୁ ଆସି ଖୋଜାଖୋଜି ଜାରି ରଖି ଆଜି ଜଣଙ୍କ ଶବକୁ ଉଦ୍ଧାର କରିଛନ୍ତି,ହେଲେ ଏବେ ମଧ୍ୟ ଆଉ ଜଣଙ୍କ କିଛି ଖୋଜ ଖବର ମିଳିନାହିଁ l ପୁଲିସ ମଧ୍ୟ ଘଟଣାସ୍ଥଳକୁ  ପହଞ୍ଚି ବୁଝାବୁଝି  ଜାରି ରଖିଛି।

hiranchal ad1
Leave A Reply

Your email address will not be published.

13 − 12 =