ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ କେନ୍ଦୁପତ୍ର ବିଭାଗର ଡିଏଫଓ ପ୍ରଣବ ମହାନ୍ତି ଓ ଡେପୁଟି ରେଞ୍ଜର ଅଫିସ୍ ଓ ବାସଭବନ ଉପରେ ଭିଜିଲାନ୍ସ ଚଢ଼ାଉ କରିଥିଲେ । ଡିଏଫ୍ଓ ପ୍ରଣବ ମହାନ୍ତି ରେଞ୍ଜର ଜଗନ୍ନାଥ ଦାସଙ୍କୁ ୧ ଲକ୍ଷ ୬୭ହଜାର ଟଙ୍କା ପିସି ମାଗିଥିଲେ । ଡେପୁଟି ରେଞ୍ଜର ଚିତ୍ତରଞ୍ଜନ ଦେହୁରି ପାଟଣାଗଡ଼ ରେଞ୍ଜର ଜଗନ୍ନାଥ ଦାସଙ୍କ ପାଖକୁ ଯାଇ ଉକ୍ତ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଭିଜିଲାନ୍ସ ଡିଏସପି କାଦମ୍ବିନୀ ସାମଲ ଆଇଆଇସି ପିକେ କିସାନ୍ ସଦାନନ୍ଦ ପାଣି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଟିମ୍ ରେ ବଲାଙ୍ଗିର ବରଗଡ଼ ସୋନପୁର ଓ ରାଉଲକେଲା ଅଧିକାରୀ ମାନେ ସାମିଲ ଥିଲେ ।