ଖପ୍ରାଖୋଲ ତହସିଲଦାରଙ୍କ ଜୁରିଆ ଧାନ ମଣ୍ଡି ପରିଦର୍ଶନ, ଚାଷୀଙ୍କ ସହ କଲେ ଆଲୋଚନା

0 87

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ୍‌ ଲୁହସିଂହା ପ୍ରାଥମିକ କୃଷି ସମବାୟ ସମିତି ଦ୍ୱାରା ପରିଚାଳିତ ଜୁରିଆ ଧାନ ମଣ୍ଡି ପରିଦର୍ଶନ କରିଛନ୍ତି ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର । ଏହି ଅବସରରେରେ ମଣ୍ଡି ବୁଲି ଦେଖିବା ସହ ଚାଷୀଙ୍କ ସହ ଧାନ ବିକ୍ରି ବଟା ସମ୍ପର୍କରେ ପଚାରି ବୁଝିଥିଲେ । ବ୍ଲକ୍‌ର ସବୁଠୁ ବଡ଼ ଧାନ ମଣ୍ଡି ହୋଇଥିବା ବେଳେ ୪ ଟି ପଞ୍ଚାୟତର ଚାଷୀ ଏହି ମଣ୍ଡି ଉପରେ ନିର୍ଭର କରିଥାନ୍ତି । ସୂଚନା ଅନୁସାରେ ଚଳିତ ବର୍ଷ ମଣ୍ଡିରେ ଧାନ ବିକ୍ରି ପାଇଁ ୬୯୧ ଜଣ ଚାଷୀ ନାମ ପଞ୍ଜିକରଣ କରିଥିବା ବେଳେ ୩୧ ହଜାର ୬୫୧ କ୍ୟୁଇଣ୍ଟାଲ ଧାନ ବିକ୍ରି ଲକ୍ଷ ରହିଛି । ଏବେ ସୁଦ୍ଧା ୧୬୩ ଜଣ ଚାଷୀ ୮ ହଜାର ୪୭୨ କ୍ୟୁଇଣ୍ଟାଲ ଧାନ ବିକ୍ରି ହୋଇଥିବା ଜଣାଯାଇଛି । ଗସ୍ତ ଅବସରରେ ସେଲ ରେଜିଷ୍ଟର, ଟୋକନ ଖାତା, ଧାନର ମାନ ଆଦି ଦେଖିଥିଲେ । ଏହି ଅବସରରେ ସମବାୟ ସମିତି ସଭାପତି କନ୍ଦର୍ପ ସୁଆର, ସମ୍ପାଦକ ଶ୍ରୀପତି ଭୋଇ, ଡି ଇଓ ଯଦୁମଣି ରଣା, ସଞ୍ଜୀବ ପଟେଲ, ରାଜୁ ମେହେର, ସତ୍ୟ ମେହେର ପ୍ରମୁଖ ଚାଷୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

nineteen − 15 =