ରତ୍ନ ଭଣ୍ଡାରକୁ ନେଇ ବିବାଦ ଥମିବାରେ ନାଁ ଧରୁନି

0 14

ପୁରୀ : ଶ୍ରୀ ମନ୍ଦିର ରତ୍ନ ଭଣ୍ଡାରକୁ ନେଇ ବିବାଦ ଥମିବାରେ ନାଁ ଧରୁନି। ବିଶେଷ କରି ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ହଜିବା ଏବଂ ମିଳିଥିବା ଚାବିରେ ଭିତର ରତ୍ନଭଣ୍ଡାର ତାଲା ନଖୋଲିବା ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ, ଶ୍ରୀମନ୍ଦିର ପରିଚାଳନା କମିଟିର ନିରବତା କୁ ନେଇ ସବୁ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି। ଭିତର ରତ୍ନ ଭଣ୍ଡାରର ଅସଲି ଚାବୀ ଗାୟବ ଘଟଣା ର ତଦନ୍ତ ନେଇ ଶ୍ରୀ ପରିଚାଳନା କମିଟି ମୁହଁ ନ ଖୋଲିବା କୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏହି ପ୍ରସଙ୍ଗ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କୁ ଏ ପ୍ରସଙ୍ଗରେ ଚିଠି ଲେଖା ନଯିବା କୁ ନେଇ ପ୍ରଶ୍ନ ଉଠାଇଛନ୍ତୀ ଖୋଦ୍ ଶ୍ରୀ ମନ୍ଦିର ପରିଚାଳନା କମିଟି ସଦସ୍ୟ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ ଏ ନେଇ ପ୍ରଶ୍ନ ଉଠାଇବା ସହ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗର ସିବିଆଇ ତଦନ୍ତ ଦାବି କରିଛନ୍ତି। ଏହାକୁ ମଧ୍ଯ ବୁଦ୍ଧିଜୀବୀ ସମର୍ଥନ କରିଚନ୍ତି। ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗତ ୨୦୧୮ ମସିହା ଏପ୍ରିଲ ୪ ତାରିଖରେ ରତ୍ନଭଣ୍ଡାର ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ତତ୍କାଳିନ ରାଜ୍ୟ ସରକାର। ଏଥିପାଇଁ ରତ୍ନଭଣ୍ଡାର ଯାଞ୍ଚ କମିଟିକୁ ରତ୍ନଭଣ୍ଡାର ଯାଞ୍ଚ ପାଇଁ ପଠାଗଲା। କିନ୍ତୁ ଏହି କମିଟି ରତ୍ନଭଣ୍ଡାର ନଖୋଲି ଫେରିଆସିଥିଲା। ରତ୍ନଭଣ୍ଡାର ଚାବି ହଜି ଯାଇଥିବା କଥା ଜଣାପଡିଥିଲା। ପରେ ଏହି ପ୍ରସଙ୍ଗକୁ ନେଇ ବିଭିନ୍ନ ସଙ୍ଗଠନ, ରାଜ ନୈତିକ ଦଳ ପକ୍ଷରୁ ଆନ୍ଦୋଳନ ମୁଣ୍ଡ ଟେକିବା ପରେ ଜଷ୍ଟିସ୍ ରଘୁବୀର ଦାଶଙ୍କ ନେତୃତ୍ବରେ ନ୍ୟାୟିକ ତଦନ୍ତ ଆରମ୍ଭ ହେଲା। ଏହାର ୪ଦିନ ପରେ ଅର୍ଥାତ୍ ଜୁନ ୧୩ ତାରିଖରେ ତତ୍କାଳୀନ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ନାଟକୀୟ ଭାବେ ହଜିଥିବା ଚାବି ମିଳିଯାଇଛି ବୋଲି କହିଥିଲେ। କିନ୍ତୁ ଚାବି କାହାରିକୁ ଦେଖାଇନଥିଲେ। ତେବେ ତତ୍କାଳୀନ ଜିଲ୍ଲାପାଳ ରତ୍ନଭଣ୍ଡାର ଚାବି ବୋଲି ଯାହାକୁ ଦାବି କରୁଥିଲେ ତାହା ରତ୍ନଭଣ୍ଡାର ଚାବି ନୁହେଁ ବୋଲି ସ୍ପଷ୍ଟ ହୋଇଯାଇଛି। ଜଷ୍ଟିସ ବିଶ୍ଵନାଥ ରଥଙ୍କ ଅଧ୍ୟକ୍ଷତାରେ ଗଠିତ ଯାଞ୍ଚ କମିଟି ଶ୍ରୀ ମନ୍ଦିର ଭିତର ରତ୍ନଭଣ୍ଡାର ଏହି ଚାବିରେ ତାଲା ଖୋଲିବାକୁ ଚେଷ୍ଟା କରି ବିଫଳ ହୋଇ ତାଲା ଭାଙ୍ଗି ଭିତର ରତ୍ନଭଣ୍ଡାରରେ ପଶିଥିଲେ। ଏଣୁ ଏଥିରୁ ସ୍ପଷ୍ଟ ହୋଇଥଲା, ଚାବି ଓ ତାଲା ପଛରେ ନିଶ୍ଚିତ କିଛି ରହସ୍ୟ ରହିଛି। ମହାପ୍ରଭୁଙ୍କ ରତ୍ନଭଣ୍ଡାରରୁ ଅଳଙ୍କାର ଚୋରି ସନ୍ଦେହ ମଧ୍ୟ ଭକ୍ତଙ୍କ ମନରେ ଆଶଙ୍କା ପ୍ରକାଶ ପାଇଛି। ତେଣୁ ଏହି ସମଗ୍ର ଘଟଣା ପଛରେ ଥିବା ରହସ୍ୟ ସାବର୍ଜନୀନ ହେବା ଉଚିତ ବୋଲି ଦାବି ଉଠିଛି । ଏ ସମ୍ପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସୁଦର୍ଶନ ପଟ୍ଟନାୟକ କହିଛନ୍ତି, ରତ୍ନଭଣ୍ଡାର ଯାଞ୍ଚ କମିଟିକୁ ଯେଉଁ ଚାବି ମିଳିଥିଲା, ସେହି ଚାବିରେ ତାଲା ଖୋଲିନଥିଲା। ଅପରପକ୍ଷେ ଯେଉ ତାଲା ପଡ଼ିଥିଲା, ସେଥିରୁ ଗୋଟିଏରେ ଜଉମୁଦ ଦିଆଯାଇଥିଲା; ବାକି ଖୋଲାଥିଲା | ଗୋଟିଏ ତାଲାରେ ଜଉମୁଦ ଥିବା ଓ ଅନ୍ୟ ତାଲା ଖୋଲାଥିବା ଭକ୍ତଙ୍କ ମଧ୍ୟରେ ସନ୍ଦେହ ବଢ଼ାଉଛି। ୨୦୧୮ ମସିହାରୁ ଯେଉଁ ଚାବି ରତ୍ନଭଣ୍ଡାରର ବୋଲି କୁହାଯାଉଥିଲା, ତାହା ରତ୍ନଭଣ୍ଡାରର ନୁହେଁ ବୋଲି ସ୍ପଷ୍ଟ ହୋଇଛି। ଏଣୁ ରତ୍ନଭଣ୍ଡାରରେ ରତ୍ନ ସୁରକ୍ଷିତ ଅଛି କି ନାହିଁ ସେ ନେଇ ସନ୍ଦେହ ବଢ଼ିବା ସ୍ଵାଭାବିକ। ଏଣୁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ଘଟଣାର ସିବିଆଇ ତଦନ୍ତ କରିବାକୁ ସେ ଦାବି କରିଥିବା ଶ୍ରୀ ପଟ୍ଟନାୟକ କହିଛନ୍ତି।

hiranchal ad1
Leave A Reply

Your email address will not be published.

4 × three =