ଢିଙ୍କିଆ ମାମଲା : ଷ୍ଟାଟସ ରିପୋର୍ଟ ଦାଖଲ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

0 63

କଟକ: ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଥିବା ଢିଙ୍କିଆ ମାମଲା ଉପରେ ଆଜି ହାଇକୋର୍ଟରେ ଶୁଣାଣି ହୋଇଥିଲା । ହାଇକୋର୍ଟ ଏହି ମାମଲାର ଶୁଣାଣି କରି ଗ୍ରାଉଣ୍ଡ ଜିରୋର ଷ୍ଟାଟସ ରିପୋର୍ଟ ଦେବାକୁ ଗୃହ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି,ଢିଙ୍କିଆ ଓ ପାଖ ଅଞ୍ଚଳକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଦେବା ଲାଗି ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ୨୭ରେ ମାମଲାର ପରବର୍ତ୍ତି ଶୁଣାଣୀ ହେବ । ତୁରନ୍ତ ଢିଙ୍କିଆର ସ୍ଥିତି ନେଇ ଷ୍ଟାଟସ୍‌ ରିପୋର୍ଟ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ ରାଜ୍ୟର ଗୃହ ବିଭାଗକୁ ଏନେଇ ନିର୍ଦ୍ଦେଶ ଜାରି କରିଛନ୍ତି । ତା’ସହିତ ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୭ ତାରିଖରେ ହେବ ବୋଲି କୋର୍ଟ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ପାନବରଜ ଭଙ୍ଗା ଘଟଣାକୁ ନେଇ ଢିଙ୍କିଆରେ ମୁହାଁମୁହିଁ ହୋଇଥିଲେ ପୁଲିସ ଓ ଜନତା । ଏହି ସମୟରେ କିଛି ଲୋକ ପୁଲିସଙ୍କୁ ଖରାପ ବ୍ୟବହାର କରିବା ପରେ ପୁଲିସ ସେମାନଙ୍କୁ ଘଉଡାଇବାକୁ ଲାଠିଚାର୍ଜ କରିଥିଲା । ଗ୍ରାମବାସୀ ମଧ୍ୟ କିଛି ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ହେଲେ ଏହି ମାମଲାରେ ହାଇକୋର୍ଟରେ ଦୁଇ ଜନସ୍ୱାର୍ଥ ମାମଲା ରୁଜୁ ହେବା ପରେ ହାଇକୋର୍ଟ ଏହାର ବିଚାର କରୁଛନ୍ତି ।

hiranchal ad1
Leave A Reply

Your email address will not be published.

1 × four =