ମା ଗୃହରେ ବିଧାୟକଙ୍କ ଆଲୋଚନା

0 48

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀର ନବ ନିର୍ବାଚିତ ବିଧାୟକ ମାନ୍ୟବର ଉମାଚରଣ ମଲ୍ଲିକ ବାଲନ୍ଦାପଡା ଠାରେ ସ୍ୱାତୀ ଦ୍ୱାରା ପରିଚାଳିତ ମା ଗୃହକୁ ଗତକାଲି ପରିଦର୍ଶନ କରି ଗର୍ଭବତୀ ମା ମାନଙ୍କ ସହିତ ଆଲୋଚନା କରିଥିଲେ। ସ୍ଥାନୀୟ ପାଞ୍ଚ ଗୋଟି ପଞ୍ଚାୟତ ତଥା ବାଲନ୍ଦାପଡା, ଲୁଇସିଂ, କୋଇରିମା, ପକାରି ଓ ପାହିରାଜୁ ଅଞ୍ଚଳରୁ ଗର୍ଭବତୀ ମା ମାନେ ଏହି ମା ଗୃହରେ ରହି ଜାତୀୟ ସ୍ୱାସ୍ଥ୍ୟ ମିଶନ ଦ୍ୱାରା ପରିଚାଳିତ ସେବା ଗ୍ରହଣ କରନ୍ତି । ଜାତୀୟ ସ୍ୱାସ୍ଥ୍ୟ ମିଶନ ସହଯୋଗରେ ୨୦୧୨ ମସିହାରୁ ସ୍ୱାତୀ ଦ୍ୱାରା ପରିଚାଳିତ ଏହି ମା ଗୃହ ମାଧ୍ୟମରେ ୩୫୦୦ ରୁ ଉର୍ଦ୍ଧ ମା ମାନଙ୍କୁ ସେବା ଯୋଗାଇଦେଇ ଆସୁଛି । ଏହି ଭଳି ଦୁର୍ଗମ ଅଞ୍ଚଳରେ ମା ଗୃହର ସେବା ଯୋଗାଇବାର ପ୍ରୟାସକୁ ମାନ୍ୟବର ବିଧାୟକ ପ୍ରଶଂସା କରିଥିଲେ। ସ୍ୱତନ୍ତ୍ର ରୋଷେଇ ଗୃହ, ପାଣିର ବ୍ୟବସ୍ଥା, ଛାତ ଉପରକୁ ସିଡି ଇତ୍ୟାଦିର ସୁ ବନ୍ଦୋବସ୍ତ ପାଇଁ ମା ଓ ମା ଗୃହର କର୍ମୀ ଦାବି ରଖିଥିଲେ। ବିଧାୟକ ଏହି ସବୁ ଦାବିକୁ ଉପଯୁକ୍ତ ଅଧିକାରୀଙ୍କ ପାଖରେ ଉପସ୍ଥାପନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ପରିଦର୍ଶନ ସମୟରେ ପୁଷ୍ପିତା ସାହୁ, ସାମନ୍ତି ଦିଗାଲ, ମାନସ ପ୍ରଧାନ, ବିନ୍ଧ୍ୟାରାଣୀ ପ୍ରଧାନ ସମେତ ମା ଗୃହର ହିତାଧିକାରୀ ଓ ସ୍ଥାନିୟ ବାସିନ୍ଦା ଉପସ୍ଥିତ ରହି ବିଧାୟଙ୍କ ପ୍ରୟାସକୁ ସାଧୁବାଦ ଜଣେଇଥିଲେ ।

hiranchal ad1
Leave A Reply

Your email address will not be published.

7 + 7 =