ପୌରାଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

0 211

ଫୁଲବାଣୀ : ଆଜି ଫୁଲବାଣୀ ପୌର ପରିଷଦର ପୌରାଧ୍ୟକ୍ଷା ସ୍ମିତା ରାଣୀ ମହାନ୍ତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନେଇ ପୌର ପରିଷଦ ସଭାଗୃହ ଠାରେ ଉପଜିଲ୍ଲାପାଳ ଚିତ୍ତ ରଞ୍ଜନ ମହାନ୍ତି ଓ ପୌର ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଜିତ କୁମାର ଚୌଧୁରୀ, ଅତିରିକ୍ତ ତହସିଲଦାର ଭିମକେଶ ପ୍ରଧାନଙ୍କ ଉପସ୍ଥିତିରେ ବୈଠକ ଅନୁଷ୍ଠିତ ହୋଇଥିଲା l ଉକ୍ତ ବୈଠକରେ ଫୁଲବାଣୀ ପୌର ପରିଷଦର ଏଗାର କାଉନ୍ସିଲର ଉପସ୍ଥିତ ଥିଲେ l ଦିର୍ଘ ସମୟ ଧରି ଆଲୋଚନା ପରେ ପ୍ରଶାସନ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ନିମନ୍ତେ ଉପସ୍ଥିତ କାଉନ୍ସିଲର ମାନଙ୍କ ମଧ୍ୟରେ ଭୋଟ ଗ୍ରହଣ କରାଯାଇଥିଲା l ସେଥିମଧ୍ୟରୁ ଗୋଟିଏ ଭୋଟ ନାକଚ ହୋଇଥିବା ବେଳେ ଦଶଟି ଭୋଟ ସକ୍ରିୟ ହୋଇଥିଲା l ଯାହାକି ବିଜେଡି ପକ୍ଷକୁ ଯାଇଥିଲା l ଭୋଟିଂ ଆଧାରରେ ଉପଜିଲ୍ଲାପାଳ ଅନାସ୍ଥା ପ୍ରସ୍ତାବକୁ କାୟମ ରଖାଯାଇଥିଲା l ପ୍ରକାଶ ଥାଉକି ଗତ ୧୯/୭/୨୦୨୪ରେ ପୌରାଧ୍ଯକ୍ଷାଙ୍କ ବିରୋଧରେ ବୈଠକ ବସିଥିଲା l ଉକ୍ତ ବୈଠକରେ ସମସ୍ତ ଆଲୋଚନା ପରେ ତିନିଦିନ ଅର୍ଥାତ୍ ୨୩/୭/୨୦୨୪ ରେ ଚୁଡାନ୍ତ ନିଷ୍ପତ୍ତି ପାଇଁ ତାରିଖ ଘୋଷଣା କରାଯାଇଥିଲା l ବିଜେଡି ପକ୍ଷରୁ ମିଷ୍ଟାନ୍ନ ବଣ୍ଟନ ସହିତ ବାଣ ଫୁଟାଇ ଖୁସି ମନେଇ ଥିବା ଦେଖିବାକୁ ମିଳିଥିଲା l ଏପରିକି ବିଜେଡି ପକ୍ଷରୁ ସମଗ୍ର ମୁନିସିପାଲିଟି ଅଫିସରେ ଗଙ୍ଗାଜଳ ଛିଞ୍ଚା ଯାଇଥିଲା I ବିଜେଡି ପକ୍ଷରୁ ସରୋଜ କର୍ଣ୍ଣ, ବିମଳ ପାଢୀ, ଜୟଶ୍ରୀ ମଲ୍ଲିକ, ପୁନମ କହଁର ପ୍ରମୁଖ ଉପସ୍ଥିତ ଥିଲେ l ଆଜିର ଏହି ବୈଠକ ଉପରେ ସମସ୍ତଙ୍କ ନଜର ରହିଥିଲା। ଅନସ୍ଥା ପ୍ରସ୍ତାବ ପରେ ଫୁଲବାଣୀ ପୌରପରିଷଦ ଅଧ୍ୟକ୍ଷା ପଦରୁ ସ୍ମିତାରାଣୀ ମହାନ୍ତିଙ୍କ ସଭ୍ୟପଦ ରଦ୍ଦ ହୋଇଛି।

hiranchal ad1
Leave A Reply

Your email address will not be published.

1 × one =