ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଯୁବ ସମ୍ମିଳନୀ

0 95

ସୁବର୍ଣ୍ଣପୁର:ଯୁବବର୍ଗ ହେଉଛନ୍ତି ସମାଜର ମେରୁଦଣ୍ଡ, ଏକ ପ୍ରଗତିଶିଳ, ଆତ୍ମନିର୍ଭର ଦେଶ ଗଠନରେ ଯୁବକଯୁବତୀଙ୍କ ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ । ଯୁବାବର୍ଗ ସକାରାତ୍ମକ ଚିନ୍ତାଧାରା ସହ ଆଗକୁ ବଢିଲେ ସମାଜ ଆଗେଇବା ସହ ସମୃଦ୍ଧ ଓଡିଶା, ସମୃଦ୍ଧ ଭାରତ ଗଠନ ହୋଇପାରିବ ବୋଲି ଆଜି ଅନୁଷ୍ଠିତ ଯୁବ ସମ୍ମିଳନୀ ରେ ଅତିଥି ବୃନ୍ଦ ପ୍ରେରଣାଦାୟୀ ବକ୍ତବ୍ୟ ଦେଇଛନ୍ତି । ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭା ଗୃହରେ ସୋନପୁର ନେହେରୁ ଯୁବ କେନ୍ଦ୍ର ଆନୁକୂଲ୍ୟରେ ଜିଲ୍ଲା ସ୍ତରୀୟ ଯୁବ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ନେହେରୁ ଯୁବ କେନ୍ଦ୍ର, ଜିଲ୍ଲା ଯୁବ ଅଧିକାରୀ
ଏଭି ନରସିଂହା କୁମାର ଟିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଳାପାଳ ସୂର୍ଯ୍ୟନାରାୟଣ ଦାଶ ଯୋଗଦାନ କରି ଏକ ସୁସ୍ଥ ଓ ପ୍ରଗତିଶୀଳ ସମାଜ ତଥା ଦେଶ ଗଠନରେ ଯୁବକମାନଙ୍କ ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ଯୁବକମାନେ ହେଲେ ଆଗାମୀ ଭବିଷ୍ୟତ ତେଣୁ ସେମାନଙ୍କ ଚିନ୍ତା ଓ ଚେତନା ସକାରାତ୍ମକ ଓ ସୁସ୍ଥ ହେବା ନିହାତି ଆବଶ୍ୟକ ବୋଲି ପ୍ରେରଣାଦାୟୀ ବକ୍ତବ୍ୟ ରଖିବା ସହ ନିଜେ ନିଜର ପ୍ରତିଭାକୁ ଜାଣିବାକୁ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି । ସମ୍ମାନିତ ଅତିଥିଭାବେ ଜି.ଏମ, ଡି ଆଇ ସି ଶ୍ରୀ ବଳଭଦ୍ର ନାୟକ ଯୋଗଦାନ କରି ଯୁବକ ଯୁବତୀଙ୍କ ନିମନ୍ତେ ଆତ୍ମନିର୍ଭରଶୀଳ ଯୋଜନା ସମ୍ପର୍କରେ ବକ୍ତବ୍ୟ ରଖି ଜିଲ୍ଲାର ପ୍ରତ୍ୟେକ ଯୁବକ ଯୁବତୀ ଜିଲ୍ଲାର ଅର୍ଥନୈତିକ ପ୍ରଗତିରେ ସାମିଲ ହେବାକୁ ଆହ୍ୱାନ ଦେଇ ସ୍ୱାବଲମ୍ବୀ ତଥା ଆତ୍ମନିର୍ଭରଶୀଳ ହେବାକୁ ବକ୍ତବ୍ୟ ରଖିଥିଲେ । ଅନ୍ୟତମ ଅତିଥି ସାମାଜିକ କର୍ମୀ ଶରତ ଶତପଥୀ, ଯୁବକମାନେ ବିକାଶଶୀଳ ସମାଜ ତଥା ଦେଶ ଗଠନର ଅଗ୍ରଦୂତ ବୋଲି କହିବା ସହ ବର୍ତ୍ତମାନ ସମୟରେ ଯୁବବର୍ଗ ଦେଶହିତରେ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ । ଅତିଥି ଭାବେ ଯୋଗଦାନ କରି ଡି ଡବ୍ଲୁ ଏସ ଏମ, ଡି ଆର ଡି ଏ, ଶ୍ରୀ ବଂଶୀଧର ନାୟକ ଯୁବକ ମାନଙ୍କୁ ଦେଶପ୍ରୀତିର ପ୍ରେରଣାଦାୟୀ ଉଦବୋଧନ ପ୍ରଦାନ କରିଥିଲେ । ଅନ୍ୟତମ ଅତିଥି ଅଶ୍ୱିନୀ କୁମାର ଭୋଇ ଯୋଗଦାନ କରି ଯୁବସମାଜ ଆଗାମୀ ଦିନର ଆଶା ଓ ଭରସା କହିବା ସହ ସେମାନଙ୍କ ଉନ୍ନତ ଚିନ୍ତାଧାରା ଓ ସକାରାତ୍ମକ ମନୋଭାବ ହିଁ ଭବିଷ୍ୟତ ସମାଜ ଗଠନର ପରିଚାୟକ ହେବବୋଲି କହିଥିଲେ । ଆଜିର ସଭାକାର୍ଯ୍ୟକୁ ନକୁଳ ନାୟକ, ପ୍ରଥମ ଓଡିଶା, ଜିଲ୍ଲା ସଂଯୋଜକ -ସଂଯୋଜନା କରିଥିବା ବେଳେ ଯୁବକେନ୍ଦ୍ରର ଲେଖାପାଳ ବିପିନ ବିହାରୀ ଜେନା ଓ କୃପାସିନ୍ଧୁ ସାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ରେ ଅନୁଷ୍ଠିତ ହୋଇଥିଲା । ଭିନ୍ନକ୍ଷମ ବିଦ୍ୟାଳୟ ସଂପାଦକ ଉତ୍ତମ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ମିଳନୀ ରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରରୁ ଶତାଧିକ ଯୁବକଯୁବତୀ ସହ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ସାମିଲ ରହି ଭାବ ବିନିମୟ କରିଥିଲେ । ସଭା ପ୍ରାରମ୍ଭରେ ଯୁବ ଶକ୍ତିର ଆଧାର,ଭାରତୀୟ ଯୁବସମାଜ ପ୍ରତୀକ ପୂଜ୍ୟନିୟ ବିବେକାନନ୍ଦଙ୍କ ଫଟୋ ଚିତ୍ରରେ ଅତିଥିବୃନ୍ଦ ପୁଷ୍ପ ମାଲ୍ୟ ପ୍ରଦାନ ସହ ଦୀପ ପ୍ରଜ୍ୱଳନ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

six − one =