ଓବିସି ସଂରକ୍ଷଣ ବାତିଲ ବିରୋଧରେ ଜିଲ୍ଲା ଓବିସି ମଞ୍ଚର ବିକ୍ଷୋଭ

0 76

ବଲାଙ୍ଗୀର: ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଓବିସି ସଂରକ୍ଷଣ ବାତିଲ ବିରୋଧରେ ଜିଲ୍ଲା ଓବିସି ମଞ୍ଚ ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଂରକ୍ଷଣ କାଏମ ନ ହେବାଯାଏ ନିର୍ବାଚନ ବାତିଲ ଦାବି କରାଯାଇଛି । ନାମକୁ ମାତ୍ର କମିଶନ ଗଠନ ବ୍ୟତୀତ ରାଜ୍ୟ ସରକାର ଅନ୍ୟାନ୍ୟ ନ୍ୟାୟାଳୟ ନିର୍ଦ୍ଦେଶ ପାଳନ କରିବାରେ ବିଫଳ ହୋଇଛନ୍ତି । ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ କେନ୍ଦ୍ର ସରକାର ନ୍ୟାୟାଳୟ ଯାଇଥିବାବେଳେ ରାଜ୍ୟ ସରକାର ହାତବାନ୍ଧି ବସିଛନ୍ତି । ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ଓବିସି ମୌଳିକ ଅଧିକାରରୁ ବଞ୍ଚିତ ହେବାକୁ ଯାଉଛନ୍ତି । ଅନ୍ୟପଟେ ବିଜେଡି ଦଳୀୟ ଟିକେଟରେ ଶତକଡା ୪୦ ପ୍ରତିଶତ ଓବିସି ସଂରକ୍ଷଣ ଲଳିପପ୍‌ ଗ୍ରହଣୀୟ ନୁହେଁ । ଆବଶ୍ୟକ ପଡିଲେ ଆହୁରୀ ଜୋରଦାର ଆନ୍ଦୋଳନ ଚେତାବନୀ ଦେଇଛି ଜିଲ୍ଲା ଓବିସି ମଞ୍ଚ । ଓବିସି ସଂରକ୍ଷଣ ବିନା ନିର୍ବାଚନକୁ ଦୃଢ ନିନ୍ଦା କରିଛନ୍ତି ନେତୃବୃନ୍ଦ ।

hiranchal ad1
Leave A Reply

Your email address will not be published.

four × 5 =