ଦଶପଲ୍ଲା – ଭଞ୍ଜନଗର ରାସ୍ତାରେ ଲୁଟେରାଙ୍କ ଆତଙ୍କ;ପଥଚାରୀଙ୍କୁ ଆକ୍ରମଣ ପରେ ପୋଡ଼ିଦେଲେ ବାଇକ୍,ବାଇକ ଚାଳକ ଗୁରୁତର

0 593

ଦଶପଲ୍ଲା : କିଛିଦିନ ଧରି ଦଶପଲ୍ଲାର ଆଇନ୍ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲାବେଳେ,ଚୋରି, ରାହାଜାନ,ଡକାୟତି, ଲୁଟତରାଜ୍ ବଢିବାରେ ଲାଗିଛି । ତତ୍ ସହିତ ଦିନକୁ ଦିନ ପଥଚାରୀଙ୍କ ପାଇଁ ଅସୁରକ୍ଷିତ ହୋଇପଡୁଛି, ୫୭ ନଂ ଜାତୀୟ ରାଜପଥ ଓ ଦଶପଲ୍ଲା – ଭଞ୍ଜନଗର ରାଜ୍ୟ ରାଜପଥ । ଆଜି ଭୋର୍ ସମୟରେ ଦଶପଲ୍ଲା ଥାନା ସାକେଣୀ ଗାଁ ଠାରୁ କିଛି ଦୂର ରେ ୮ଜଣ ଦୁର୍ବୃତ୍ତ ଏକ କଳା ସ୍କ୍ରପିଓ ରେ ଆସି ଜଣେ ପଥଚାରୀ ଙ୍କ ବାଇକ୍ ଅଟକାଇ ମାରଣାସ୍ତ୍ର ସାହାଯ୍ୟରେ ଅଚାନକ ଆକ୍ରମଣ କରିଥିଲେ ଏବଂ ବ୍ଲେଡ ରେ ଆକ୍ରମଣ କରିଥିଲେ । ତାଙ୍କ ଠାରୁ ୭୦୦୦ ଟଙ୍କା ଲୁଟିବା ସହିତ , ପଥଚାରୀଙ୍କ ବାଇକ୍ ମଧ୍ୟ ରାସ୍ତାକଡରେ ପୋଡି ଦେଇଥିଲେ ଦୁର୍ବୃତ୍ତ । ଯୁବକଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥା ରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ । ପ୍ରାପ୍ତ ସୂଚନା ମୁତାବକ, ପଥଚାରୀ ଜଣକ ଦଶପଲ୍ଲା ଥାନା ଖଣ୍ଡପଡ଼ା ଗ୍ରାମ ର ଜଟିଆ ବେହେରା ବୋଲି ଜଣା ପଡିଛି । ସେ କୌଣସି ଏକ କାମ ରେ ଭଞ୍ଜନଗର ଯାଉଥିବା ବେଳେ ଦୁର୍ବୃତ୍ତ ଙ୍କ ଆକ୍ରମଣ ର ଶିକାର ହେଲେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସେପଟେ ଦଶପଲ୍ଲା ଥାନାରେ ଏ ସମ୍ପର୍କରେ ଅଭିଯୋଗ ପରେ ଦଶପଲ୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

hiranchal ad1
Leave A Reply

Your email address will not be published.

18 − four =