ଗଜପତି : ଗଜପତି ଗସ୍ତରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଦିନିକିିଆ ଗସ୍ତରେ ଯାଇ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ବାଳକ ବିଦ୍ୟାଳୟ ଓ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ବାଳିକା ବିଦ୍ୟାଳୟର ସ୍ଥିତି ପରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ସ୍କୁଲର ସ୍ଥିତି ପରଖିବା ପରେ ଜିଲ୍ଲାପାଳଙ୍କ ଅଫିସରେ ବିଭିନ୍ନ ସରକାରୀ ଉଚ୍ଚ ପଦବୀ ଅଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ ମନ୍ତ୍ରୀ । ତେବେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ବାଳିକା ବିଦ୍ୟାଳୟକୁ ଆସି ନିଜକୁ ଧନ୍ୟ ମନେ ହେଉଛି ବୋଲି କହିଥିଲେ ସମୀର ରଞ୍ଜନ ଦାସ । ଅନ୍ୟପକ୍ଷରେ ସରକାରୀ ବିଦ୍ୟାଳୟଗୁଡ଼ିକୁ ସ୍ମାର୍ଟ ସ୍କୁଲରେ ପରିଣତ କରି ଶିକ୍ଷାର ମାନ ବୃଦ୍ଧି କରାଯିବ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।