ଚାଲିଛି ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା, ଭିଡ କମାଇବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ନିର୍ବାଚନ ଆୟୋଗ

0 63

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନକୁ ନେଇ ସରଗରମ ରାଜନୀତି । ଗତ ୧୭ ତାରିଖରୁ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରୁଥିବା ବେଳେ ବିଭିନ୍ନ ସ୍ଥାନରେ ହେଉଛି ଅସମ୍ଭବ ଭିଡ । ଏହାବାଦ ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ଦିନ । ଏହି ଦିନ ସର୍ବାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବା ସମ୍ଭାବନା ଥିବାରୁ ଭିଡ ବ ଅଧିକ ହେବ ବୋଲି ଆକଳନ କରାଯାଉଛି ।
ତେଣୁ ଆସନ୍ତାକାଲି ଯେମିତି ଅଧିକ ଭିଡ଼ ନ ହେବ ଓ ଗାଇଡଲାଇନ ଉଲ୍ଲଂଘନ ନ ହେବ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ । ରାଜ୍ୟର ଅନେକ ସ୍ଥାନରୁ ନାମାଙ୍କନ ଦାଖଲ ବେଳେ ଭିଡ଼ ଜମୁଥିବାରୁ ଭିଡ଼ ରୋକିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ ।
ପ୍ରାର୍ଥୀଙ୍କ ସହ ସମର୍ଥକମାନେ ନାମାଙ୍କନ କେନ୍ଦ୍ରରେ ଭିଡ଼ କରୁଥିବାର ଦୃଶ୍ୟ ପ୍ରତ୍ୟେକ ଦିନ ସାମ୍ନାକୁ ଆସୁଛି । ଆସନ୍ତାକାଲି ଶେଷ ଦିନରେ ସର୍ବାଧିକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବା ସମ୍ଭାବନା ରହିଛି । ଆଉ ଏହାକୁ ଦୃ୍‌ଷ୍ଟିରେ ରଖି ଆସନ୍ତାକାଲି ଯେମିତି ଭିଡ଼ ଓ ଗାଇଡଲାଇନ ଉଲ୍ଲଂଘନ ନହେବ ସେଥିପ୍ରତି ଦୃଷ୍ଟିଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ ।

hiranchal ad1
Leave A Reply

Your email address will not be published.

14 − four =