ମାଲିକାପଡିରେ ବିଜେଡିର ନିର୍ବାଚନୀ ସଭା

0 111

ଘୁ ଉଦୟଗିରି : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ପଡିବା ପାଇଁ ଘୁ ଉଦୟଗିରି ବ୍ଳକ ଅଞ୍ଚଳରେ ଆଉ ମାତ୍ର ୪ ଦିନ ବାକି ଥିବା ବେଳେ ୫ ନମ୍ବର ଜୋନ ପାର୍ଥିନୀଙ୍କ ନିମନ୍ତେ ମନ୍ତ୍ରୀ ପ୍ରତାପ ଜେନା ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଆଜି ମାଲିକାପଡି ପଞ୍ଚାୟତ ଅନ୍ତର୍ଗତ ବାଡେନାନୁ ପଡିଆରେ ୫ ନମ୍ବର ଜୋନ ବିଜେଡି ପ୍ରାର୍ଥିନୀ ଲିଲିମା ପ୍ରଧାନଙ୍କ ନିମନ୍ତେ ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନା, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ବ୍ରହ୍ମପୁର ବିଧାୟକ ତଥା କନ୍ଧମାଳ ସହ ପର୍ଯ୍ୟବେକ୍ଷକ ବିକ୍ରମ ପଣ୍ଡା, ଘୁ ଉଦୟଗିରି ବିଧାୟକ ଶାଲୁଗା ପ୍ରଧାନ, ଜିଲ୍ଲା ବିଜେଡ଼ି ସଭାପତି ସରଜ କର୍ଣ୍ଣ, ଜିଲ୍ଲା ମହିଳା ସଭାନେତ୍ରୀ ପୁନମ କହଁର,ଜିଲ୍ଲା ଛାତ୍ର ସଭାପତି,ସୁନୀଲ ସେଠି ମଞ୍ଚାସିନ ରହି ଭୋଟ ନିବେଦନ କରିଥିଲେ । ଜଣକ ପରେ ଜଣେ ସମସ୍ତ ମଞ୍ଚାସିନ ଅତିଥି ନବୀନ ପଟ୍ଟନାୟକଙ୍କ ଜନ ହିତକର ଯୋଜନା, ସାମାଜିକ ବିକାଶ ନିମନ୍ତେ ଗାଁଗାଁ ରେ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ଗମନାଗମନ ନିମନ୍ତେ ସଡ଼କ ଯୋଜନା, ବ୍ୟବସ୍ଥାମାନ ଉପସ୍ଥାପନ କରିଥିଲେ ଓ ଜିଲ୍ଲା ପରିଷଦ ଜୋନଟିକୁ ନିଜ ଅକ୍ତିଆରକୁ ନେବା ପାଇଁ ଦଳୀୟ କର୍ମୀ ଓ ଭୋଟର ମାନଙ୍କୁ ଅନୁରୋଧ କରିଥିଲେ । ଆଜିର ଏହି ମାରାଥନ୍‌ ପ୍ରଚାରରେ ଜି. ଉଦୟଗିରି ନଗର ବିଜୁ ଜନତା ଦଳ ସଭାନେତ୍ରୀ ଭାନୁପ୍ରଭା ମିଶ୍ର, ବ୍ଲକ୍‌ ସଭାପତି ଲିଙ୍ଗରାଜ କହଁର, ଜିଲ୍ଲା ଛାତ୍ର ସଭାପତି ସୁନୀଲ ସେଠୀ, ପ୍ରଶାନ୍ତ କୁମାର ଦାସ, ସାଂସଦ ପ୍ରତିନିଧି ସାମନ୍ତ ଦିଗାଲ, ବ୍ଲକ ବିଧାୟକ ପ୍ରତିନିଧି ଜମେସ ପ୍ରଧାନ, ରଞ୍ଜୟ ନାୟକ, ଆମୋଦ ଚନ୍ଦ୍ର ନାୟକ, ଏମ ଡି ଆଲମାସ୍‌, ସିମାଞ୍ଚଳ ନାୟକ, ବ୍ଲକ ଯୁବ ସଭାପତି ଅଭିଷେକ ନାୟକ, ମିଥୁନ ପ୍ରଧାନ ଓ କର୍ମୀ ଉପସ୍ଥିତ ଥିଲେ । ଆଜି ମାଲିକାପଡ଼ି ଠାରେ ୪ ଗୋଟି ପଞ୍ଚାୟତ ତଥା କଳିଙ୍ଗା, ଗ୍ରେସିଙ୍ଗିଆ,ତଲାରିମାହା ସହ ସ୍ଥାନୀୟ ପଞ୍ଚାୟତ ଲୋକ ଜମା ହୋଇଥିଲେ । ଲିଙ୍ଗାଗଡ ଠାରେ ହେଉଥିବା ସଭାରେ ରାଇକଲା, ଲିଙ୍ଗାଗଡ, ରଟିଙ୍ଗିଆ ଓ କତିଙ୍ଗିଆ ପଞ୍ଚାୟତର ଶତାଧିକ ପୁରୁଷ ଓ ମହିଳା ଉପସ୍ଥିତ ରହିଥିଲେ । ଆଜିର ନିର୍ବାଚନୀ ସଭାକୁ ବିଜୁ ଜନତା ଦଳର ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

5 × four =