ହାତୀ ଆକ୍ରମଣରେ ଜଣେ ମୃତ

0 115

ଦେବଗଡ : ରବିବାର ଦେବଗଡ ରେଞ୍ଜ ସୁଗୁଡା ବିଟ ଅନ୍ତର୍ଗତ ବୁଢୀବିଲ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣଙ୍କ ହେଲେ ସେହି ବୁଢୀବିଲ ଗ୍ରାମର ଚେମରୁ ନାଏକଙ୍କ ପୁଅ ୨୮ ବର୍ଷ ବୟସ୍କ ଲମ୍ବୋଦର ନାଏକ । ମୃତ ଲମ୍ବୋଦର ଗ୍ରାମର ଅନ୍ୟ କିଛି ବ୍ୟକ୍ତିଙ୍କ ସହ ମିଶି ଜମିରେ ଧାନ କାଟୁଥିବା ବେଳେ ହଠାତ୍‌ ଏକ ଦନ୍ତା ହାତୀ ଜଙ୍ଗଲ ମଧ୍ୟରୁ ବାହାରି ଆସି ତାଙ୍କୁ ପଛ ପଟରୁ ଆକ୍ରମଣ କରିଥିଲା । ଲମ୍ବୋଦରଙ୍କୁ ଦନ୍ତା ହାତୀ ଟି ଟେକି କଚାଡିଦେବା ସହ ପାଦରେ ଦଳିଦେଇଥିଲା । ଉପସ୍ଥିତ ଅନ୍ୟମାନେ ତାଙ୍କୁ ସଙ୍ଗେ ସଙ୍ଗେ ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଦେବଗଡ ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଦେବଗଡ ଡାକ୍ତରଖାନାରେ ଦେବଗଡ ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ସେହିଭଳି ଦେବଗଡ ରେଞ୍ଜର ଦେବଦତ୍ତ ନନ୍ଦ ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରିଛନ୍ତି । ଗତ ପାଞ୍ଚ ଦିନ ମଧ୍ୟରେ ଦେବଗଡ ଜିଲ୍ଲାରେ ହାତୀ ଆକ୍ରମଣରେ ଏହା ଦ୍ୱିତୀୟ ମୃତ୍ୟୁ ଘଟଣା । ଏହା ପୂର୍ବରୁ ଗତ ଚବିଶ ତାରିଖ ଦିନ ବାରକୋଟ ବ୍ଲକ ଅନ୍ତର୍ଗତ କାଲକାଠ ଗ୍ରାମରେ ଦନ୍ତା ହାତୀ ଆକ୍ରମଣ ରେ ଜଣେ ଷାଠିଏ ବର୍ଷ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । ଚବିଶ ତାରିଖର ହାତୀ ଆକ୍ରମଣ ସ୍ଥାନ ଓ ଆଜିର ଆକ୍ରମଣ ସ୍ଥାନ ପାଖାପାଖି ରହିଥିବାରୁ ଗୋଟିଏ ଦନ୍ତା ହାତୀ ଉଭୟ ସ୍ଥାନରେ ଆକ୍ରମଣ କରିଥିବା ଅନୁମାନ କରାଯାଉଛି ।

hiranchal ad1
Leave A Reply

Your email address will not be published.

11 − eight =