ଫିରିଙ୍ଗିଆ ଘାଟିସାହିରେ କୁଣ୍ଡ ଜରିଆରେ ମାଛଚାଷ ପ୍ରକଳ୍ପ ଶୁଭାରମ୍ଭ

0 145

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଘାଟିସାହିଠାରେ ଓଡିଶା ଜିବୀକା ମିଶନ ତରଫରୁ କୁଣ୍ଡ ଜରିଆରେ ମାଛ ଚାଷ କାର୍ଯ୍ୟକ୍ରମ ପାଇଁ ଏକ ପ୍ରକଳ୍ପର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଫିରିଙ୍ଗିଆ ଘାଟିସାହି ଠାରେ ଥିବା କୁଙ୍ଗୁର କୁପଡା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଏହି ମାଛ ଚାଷର ଦାୟିତ୍ୱ ଦିଆଯାଇଥିବା ବେଳେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସିଆରପି ରିତାକାନ୍ତି ଦିଗାଳଙ୍କ ଅଧକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମୀରଞ୍ଜନ ମହନ୍ତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ବିହାରୀ ଦିଗାଲ, ମହିଳା ଓ ଶିଶୁବିକାଶ ଅଧିକାରୀଣୀ ହରିପ୍ରିୟା ମେହେର, କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀର କାର୍ଯ୍ୟକ୍ରମ ସଂଯୋଜକ ବିଶ୍ୱରଞ୍ଜନ କର ଓଡିଶା ଜୀବିକା ମିଶନ ଫିରିଙ୍ଗିଆ ବ୍ଲକ ପ୍ରକଳ୍ପ ସଂଯୋଜକ ସଂଗ୍ରାମ କେଶରୀ ସାହୁ, ବ୍ଲକ ଜୀବିକା ସଂଯୋଜକ ସୁଶାନ୍ତ କୁମାର ଲେଙ୍କା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

hiring

ତେବେ ଫିରିଙ୍ଗିଆ ବ୍ଲକରେ ଏହି ମାଛଚାଷ ପ୍ରକଳ୍ପ ପ୍ରଥମ ଥର ପାଇଁ ଆରମ୍ଭ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଏହି ମହିଳା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ଓଡିଶା ଜୀବିକା ମିଶନ ତରଫରୁ ୩ ଲକ୍ଷ ୫୦ ହଜାର ଟଙ୍କାର ସହାୟତା ରାଶୀ ପ୍ରଦାନ କରାଯାଇଛି । ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ମାଛ ଚାଷ କରି କିଭଳି ଭାବରେ ସ୍ୱାବଲମ୍ବୀ ହୋଇପାରିବେ ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ରହିଥିବା ବେଳେ କାର୍ଯ୍ୟକ୍ରମକୁ ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତି ଜ୍ୟୋତ୍ସ୍ନା କହଁର ଓ ସମ୍ପାଦକ ଝୁଲି ଦିଗାଳଙ୍କ ସହ ସଂଙ୍ଗୀତା ମହାନ୍ତି, ଲିଜା ଦିଗାଳ, ଶୁକାନ୍ତି ଦିଗାଳ, ସୁଜାତା କହଁର, ଇନ୍ଦିରା ଦିଗାଲ, କୁମୁଦିନି ଦିଗାଲ, ଶାନ୍ତିଲତା କହଁର, ଅନିତା ଦିଗାଲ ପ୍ରମୁଖ ସହେଯାଗ କରିଥିଲେ ।

hiranchal ad1
Leave A Reply

Your email address will not be published.

4 + 17 =