ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ : ମୁଖ୍ୟ ଶାସନ ସଚିବ

0 81

ଭୁବନେଶ୍ୱର : ରାଜ୍ୟରେ ବନ୍ୟା ଜନିତ ପରିସ୍ଥିତି ସୃଷ୍ଟି ହୋଇନାହିଁ ବୋଲି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି । ସେ କହିଛନ୍ତି ଲଘୁଚାପ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ସାମାନ୍ୟ ବୃଦ୍ଧି ପାଇଛି । ତେବେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ । ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୫୮.୫ ମି.ମି. ବର୍ଷା ହୋଇଛି । ୫ଟି ଜିଲ୍ଲାରେ ୧୦୦ ମି.ମି.ରୁ ଅଧିକ, ୧୦ଟି ଜିଲ୍ଲାରେ ୫୦ ମି.ମି.ରୁ ଅଧିକ ବର୍ଷା ହୋଇଛି । କଟକ ଜିଲ୍ଲା ସାଲେପୁର ବ୍ଲକରେ ସର୍ବାଧିକ ୩୦୦ ମି.ମି. ବର୍ଷା ରେକର୍ଡ ହୋଇଛି । ତେବେ ରାଜ୍ୟରେ ବର୍ତ୍ତମାନ କୌଣସି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇନାହିଁ । ଦକ୍ଷିଣରୁ ଉତ୍ତର, ଉପକୂଳରୁ ଆଭ୍ୟନ୍ତରୀଣ ଓଡିଶା ଯାଏଁ ସବୁଠି ବର୍ଷା ହୋଇଥିଲେ ମଧ୍ୟ ଏହା ବନ୍ୟାଭଳି ପରିସ୍ଥିତି ସୃଷ୍ଟି କରିନାହିଁ । ତେବେ ଆସନ୍ତା ୨୧ ତାରିଖରୁ ଲଘୁଚାପର ପ୍ରଭାବ କମିଯିବ । ଆସନ୍ତା ୨୩ ତାରିଖରେ ଆଉ ଏକ ଲଘୁଚାପ ଦାନା ବାନ୍ଧିବାର ଆଶଙ୍କା ଥିବାରୁ ଦୁଇତିନିଦିନ ବର୍ଷାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ସରକାର ସଜାଗ ଅଛନ୍ତି । ଅନ୍ୟ ପକ୍ଷରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରଣ୍ଡି କହିଛନ୍ତି ଯେ, ସାମ୍ଭବ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହେଲେ ସରକାର ତାହାକୁ ନିୟନ୍ତ୍ରଣ କରିବାକୁ ସକ୍ଷମ । ଜିଲ୍ଲାପାଳମାନଙ୍କୁ ଏ ନେଇ ଆଲର୍ଟ କରାଯାଇଛି । ସେ କହିଛନ୍ତି ଯେ, ୧୦ଟି ଜିଲ୍ଲାକୁ ରେଡ ଓ ୯ଟି ଜିଲ୍ଲାକୁ ୟଲୋ ୱାଣ୍ଣିଂ ଦିଆଯାଇଛି । ଜିଲ୍ଲାପାଳମାନେ ଲଘୁଚାପଜନିତ ପରିସ୍ଥିତ ଉପରେ ସତର୍କ ଦୃଷ୍ଟି ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

four × four =